Spread the love

ଜେନାଦେବୀ ବଜାର ରୌପ୍ୟଜୟନ୍ତୀ ଉତ୍ସବ ପାଳନ ପାଇଁ କଳସଯାତ୍ରା

ଢେଙ୍କାନାଳ, ଚଳିତ ବର୍ଷ ଜେନାଦେବୀ ବଜାର ରୌପ୍ୟଜୟନ୍ତୀ ପାଳନ କରୁଛି । ଏହି ଅବସରରେ ବଜାରର ପ୍ରାୟ ୫୦ ମହିଳା କଳସ ଧାରଣ କରି ବଳଭଦ୍ରପୁର କଟା ପୋଖରୀ ଠାରୁ ବାଦ୍ୟ ଓ ସଂକୀର୍ତନ ଦ୍ୱାରା ଏକ ଶୋଭାଯାତ୍ରାରେ ଆସି ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା । ବଜାର ପୂଜକ ସାରଙ୍ଗଧର ମିଶ୍ର ଓ କର୍ତା ଜିତେନ୍ଦ୍ର କୁମାର ନାୟକଙ୍କ ଦ୍ୱାରା ପୂଜା କାର୍ଯ୍ୟ ଆରମ୍ଭ କରାଯାଇଛି । ରାତ୍ର ୧୨ ଘଟିକା ସମୟରେ ମା’ ଲକ୍ଷ୍ମୀଙ୍କ ଜୀବନ୍ୟାସ ପୂଜା ଅନୁଷ୍ଠିତ ହେବ। ଏଥିରେ ସଭାପତି ସପ୍ନେଶ୍ୱର ସାଇଁ, ସଂପାଦକ ସତ୍ୟାନନ୍ଦ ଦାସ, ଅଧ୍ଯକ୍ଷ ଅସୀତ କୁମାର ରଥ, ସ୍ମରଣିକା ସଂପାଦକ ବସନ୍ତ କୁମାର ବେହେରା ଏବଂ ଗ୍ରାମର ବୟୋଜ୍ୟଷ୍ଠ ବ୍ୟକ୍ତିମାନେ ପ୍ରଥମ ପୂଜାର୍ଚ୍ଚନାରେ ସହଯୋଗ କରୁଛନ୍ତି ।

Leave a Reply

Your email address will not be published. Required fields are marked *