ବଳରାମ ପ୍ରସାଦ ଗ୍ରାମରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଜେ ବି ଏନ, ୨୭.୧୨.୨୦୨୦,(ମଦନ ସାହୁ) ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବଳରାମପ୍ରସାଦ ଗ୍ରାମପଞ୍ଚୟତର ପାଟଣା ଗ୍ରାମର କୋହିନୁର କ୍ଲବ ସମ୍ମୁଖରେ ମୋ ପରିବାର ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ରକ୍ତ ଦାନ ଶିବିରରେ କେବଳ ମହିଳା ମାନଙ୍କ ଠାରୁ ୬୦ ୟୁନିଟ ବ୍ଲଡ଼ ସଂଗ୍ରହ ହୋଇଥିଲା l ଏହି ମହିଳା ରକ୍ତଦାନ ଶିବିରରେ ଓଡ଼ିଶାର ଉପ ବାଚସ୍ପତି ରଜନୀକାନ୍ତ ସିଂ ଉଦଘାଟନ କରିବା ସହ ସମ୍ମାନିତ ଅତିଥି ଭାବେ

ମହେନ୍ଦ୍ର ବସ୍ତିଆ, ମୀନକେତନ ଆମନ୍ତ, ବିଜୟ ନାଥ, ବାବୁ ପଟ୍ଟନାୟକ , ସୁସେନ ଗଡ଼ନାୟକ, ଅଭି ସେନାପତି, ଅରୁଣାଭ ସିଂହ, ସୁଜିତ ଦ୍ବିବେଦୀ ଯୋଗଦାନ କରିଥିଲେ। ଏହି ମହିଳା
ରକ୍ତଦାନ ଶିବିର ପାଇଁ ମଞ୍ଜୁଲତା ସାହୁ, ନିର୍ମଳ ସାହୁ, ଶିବରାମ ସାହୁ, ମାମୁନି ମହାରଣା, କମଳିନୀ ଦାସ,ସୁଜଳା ସାମଲ,ବିଭୂତୁ ସାହୁ, ଲିପୁନ,ସୁୁବ୍ରତ ମହାପାତ୍ର, ବବି ଦାସ,ସୁବିତ୍ର ସାହୁ, କ୍ଷିତୀଶ ନାହାକ, ବାବୁଲି ମହାପାତ୍ର, ଟୁନା ମହାପାତ୍ର ପଦ୍ମିନୀ ପାତ୍ର ଙ୍କ ବରିଷ୍ଠ ନେତୃତ୍ୱରେ ରକ୍ତଦାନ ଶିବିର ଅୟୋଜନ ହୋଇଥିଲା।




