Spread the love

ଓଡ୍ରାଫ୍ ଓ ପ୍ରଶାସନର ତତ୍ପରତାରୁ ଗର୍ଭବତୀ ମହିଳାଙ୍କ ଜୀବନ ସୁରକ୍ଷିତ

ପାତ୍ରପୁର ବ୍ଲକର ଖମ୍ବାରୀଗାଁ ଚାରିପଟେ ବନ୍ୟା ପାଣି ମାଡ଼ିଯାଇ ଗାଁଟି ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିଲା। ଏହି ସମୟରେ ଜଣେ ଗର୍ଭବତୀ ମହିଳାଙ୍କର ହଠାତ୍ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ତାଙ୍କୁ ଡାକ୍ତରଖାନା ନେବା ଅସମ୍ଭବ ହୋଇପଡ଼ିଲା। ଖବର ପାଇ ଓଡ୍ରାଫ୍ (ODRAF) ଟିମ୍ ତୁରନ୍ତ ଗାଁରେ ପହଞ୍ଚି ପ୍ରଖର ସ୍ରୋତକୁ ଖାତିର ନକରି ଷ୍ଟ୍ରେଚର୍ ସାହାଯ୍ୟରେ ତାଙ୍କୁ ସୁରକ୍ଷିତ ଭାବେ ବନ୍ୟା ପାଣି ପାର୍ କରାଇଥିଲେ। ସେଠାରୁ ଗାଡ଼ିରେ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)କୁ ନିଆଯାଇଥିଲା। ସମୟୋଚିତ ପଦକ୍ଷେପ ଓ ଜୀବନରକ୍ଷକ ସମନ୍ୱୟ ଯୋଗୁଁ ଏକ ବିପଦମୁକ୍ତ ଜୀବନ ବଞ୍ଚିଗଲା।

Leave a Reply

Your email address will not be published. Required fields are marked *