Spread the love

ଦୁର୍ଗାବଜାର ଗଜଲକ୍ଷ୍ମୀ ପୂଜା ଯୋଗଦେଲେ ମହମ୍ମଦ ମୁକିମ୍

ଢେଙ୍କାନାଳ ସହର ଦୁର୍ଗାବଜାର ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନରେ କଟକର ପୂର୍ବତନ ବିଧାୟକ ତଥା ଓଡିଶା ଜନତା କଂଗ୍ରେସ୍ ପାର୍ଟିର ସଭାପତି ମହମ୍ମଦ ମୁକିମ୍ ଯୋଗଦେଇ ମା’ଙ୍କ ପାଖରେ ପୂଜାର୍ଚ୍ଚନା କରି କୃପାଲାଭ କରିଛନ୍ତି । କମିଟି ପକ୍ଷରୁ ମହମ୍ମଦ ମୁକିମ୍‌ଙ୍କୁ ସ୍ୱାଗତ
କରିବା ସ‌ହିତ ଉତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବନ୍ଧିତ କରିଥିଲେ ‌। ଏହି ଅବସରରେ ଢେଙ୍କାନାଳର ସମସ୍ତ ପୂଜା ମଣ୍ଡପ ବୁଲି ବହୁ ଆନନ୍ଦ ପ୍ରକଟ କରିଥିଲେ । ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଏହି ଓଡିଶା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଦେଖିବା ପାଇଁ ଓଡିଶାର ବହୁ ଅଂଚଳ ତଥା ଓଡିଶା ବାହାରୁ ବହୁତ ଦର୍ଶକଙ୍କ ଭିଡ ଲାଗିଥାଏ । ଏହି ପୂଜା ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ଚାଲୁଥାଉ ବୋଲି ମା’ଙ୍କ ନିକଟରେ ପ୍ରାର୍ଥନା କରି ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ। ସଭାପତି ପ୍ରକାଶ ମହାନ୍ତି, ସଂପାଦକ ପ୍ରଶାନ୍ତ ମହାନ୍ତି ଓ ସମସ୍ତ ସଦସ୍ୟବୃନ୍ଦ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଗତକାଲି ୩୧ ତାରିଖ ଶନିବାର ଦିନ ମା’ଙ୍କ ପାଖରେ ଅନ୍ନ ସଂଖୁଡି ଭୋଗ ଲାଗି କରାଯାଇଥୁଲା । ପ୍ରତ୍ୟେକ ଦିନ ମା’ଙ୍କର ପ୍ରାତଃରୁ ସୂର୍ଯ୍ୟପୂଜା,ଷୋଡଶ ଉପଚାର ପୂଜା, ହୋମ ଯଜ୍ଞ, ମଧ୍ୟାହ୍ନରେ ଅନ୍ନଧୂପ, ସଂଧ୍ୟାରେ ଆଳତି ଓ ରାତ୍ରରେ ବିଭିନ୍ନ ଭୋଗ ଲାଗି କରାଯାଉଅଛି । ପୂଜକ ଶୁଶା ଭାଇନା ସମସ୍ତ ପୂଜାକାର୍ଯ୍ୟକୁ ସମ୍ପାଦନ କରୁଛନ୍ତି ।

Leave a Reply

Your email address will not be published. Required fields are marked *