Spread the love

ଢେଙ୍କାନାଳ କୃଷି କର୍ମଚାରୀ ଓ କୃଷକ ଅଦର୍ଶକମାନଙ୍କର ବୈଠକ

ଢେଙ୍କାନାଳ ସ୍ଥାନୀୟ ଶ୍ରୀ ଶ୍ରୀ ସିଦ୍ଧ ବଳରାମ ମନ୍ଦିର ପରିସରରେ ଜିଲ୍ଲାର ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ ଓ କୃଷକ ଅଧୁବର୍ଷକମାନଙ୍କୁ ନେଇ ଏକ ବୈଠକ ହୋଇଥିଲା । ଉକ୍ତ ବୈଠକରେ ଶ୍ରୀକାନ୍ତ କୁମାର ବାହାଲିଆଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କୃଷକମାନଙ୍କ ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା । ବିଭାଗ ତରଫରୁ କୃଷକମାନଙ୍କୁ ଦିଆଯାଉଥିବା ତାଲିମ୍‌ର ସଠିକ୍ ତଥ୍ୟ ଓ ଖର୍ଜକୁ ଉପସ୍ଥାପନ କରାନଯିବା । କର୍ମଚାରୀଙ୍କର ଗସ୍ତଖର୍ଚ୍ଚ ସହ ଅନ୍ୟାନ୍ୟ ଆର୍ଥିକ ସମସ୍ୟାର ତୁରନ୍ତ ସମାଧାନ କରିବା ଆଦି ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ସଂଘର ସମସ୍ତ ସଭ୍ୟ ଓ ସଭ୍ୟା ଉପସ୍ଥିତ ରହି କର୍ମକର୍ତା ଚୟନ କରାଯାଇଥିଲା । ସେଥିରେ କୃଷି ଅଧିଦର୍ଷକ ସଂଘର ସଭାପତି ଭାବେ ଶ୍ରୀମତୀ ଶ୍ୱେତପଦ୍ମା ମିଶ୍ର, ଉପସଭାପତି ଶ୍ରୀକାନ୍ତ ବାହାଲିଆ, ସଂପାଦକ ଅମୀୟ କୁମାର ରାଉତ, ସହ ସଂପାଦକ ପ୍ରକାଶ କୁମାର ମହାପାତ୍ର, ସଂଗଠକ ସଂପାଦକ ହିରଣ୍ୟମୟୀ ବେହେରା, କୋଷାଧ୍ଯକ୍ଷ ହିମାଂଶୁ କୁମାର ମହାନ୍ତି ଓ ସମୀକ୍ଷକ ଭାବେ ପ୍ରକାଶ କୁମାର ବେହେରା ଓ ପ୍ରଦୀପ୍ତ କୁମାର ଧଳ ନିର୍ବାଚିତ ହୋଇଥିଲେ । ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ସଭାପତି ସୁଶ୍ରୀ କଳ୍ପନା ମାରାଣ୍ଡି, ଉପସଭାପତି ସୁଶ୍ରୀ ଝରଣା ମୁଣ୍ଡା, ସଂପାଦକ ଆଲୋକ କୁମାର ପାଣିଗ୍ରାହୀ, ସହ-ସମ୍ପାଦକ ପ୍ରାଣବନ୍ଧୁ ପ୍ରଧାନ, ଯୁଗ୍ମ ସଂପାଦକ ଯଶୋବନ୍ତ ଜେନା, ସଂଗଠନ ସଂପାଦକ ପ୍ରଶାନ୍ତ କୁମାର ରାଉତ ଓ ବେଣୁଧର ସାହୁ, ଗଣମାଧ୍ୟମ ସଂପାଦକ ଅଞ୍ଜୁଲତା ଲାକ୍ରା, ଅଧକ୍ଷ ପ୍ରଦୀପ କୁମାର ସାହୁ ଓ ଉପଦେଷ୍ଟା ଶିଶିର କୁମାର ସାହୁଙ୍କୁ ମନୋନୟନ କରାଗଲା । ସଭା ଶେଷରେ ସମସ୍ତ କର୍ମକର୍ତାଙ୍କୁ ଶିଶିର କୁମାର ସାହୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Leave a Reply

Your email address will not be published. Required fields are marked *