କୁକୁର ମା ଠାରୁ କ୍ଷୀର ପିଇଲା ବାଛୁରୀ

- ଜେ ବି ଏନ, ୩୦/୧୨/୨୦୨୦, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : -ମାର ହୃଦୟ ମମତାରେ ବନ୍ଧା, କେବେ କରିନଥାଏ ସେ ବାଛ ବିଚାର। ଯଦି ମାର ହୃଦୟ ବଦଳିଯାଏ ତାହେଲେ ସେ ହେଇଯାଏ ସାବତ ମା, ନା ସେ ଜନ୍ମ କଲା ମା ,ନା ସେ ସାବତ ମା । ଗୋଟିଏ ପ୍ରଜାତିର ପ୍ରାଣି ମଧ୍ୟ ନୁହଁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଅନୁଗୋଳ ଜିଲ୍ଲା ସଦର ମହକୁମା ଶଂଙ୍କର ସିନେମା ରୋଡ୍ କଡରେ ଗୋଟିଏ ମା କୁକୁର ପାଖରୁ ଗୋଟିଏ ବାଛୁରୀ ଛୁଆ ଖିର ପିଉଥିବା ଚିତ୍ର। କି ଆଶ୍ଚର୍ଯ୍ୟ ର ଚିତ୍ର, ଏ ଚିତ୍ର କୁ ଦେଖିବା ପାଇଁ ଆଖପାଖ ରେ ଥିବା ଲୋକେ ଏହାର ଫଟୋ ଉଠାଇବା ସହ ସେ ଅଞ୍ଚଳରେ ଏ ଚିତ୍ର ମଣିଷ ଙ୍କ ମନରେ ଏକପ୍ରକାର ଭାବଭରା ଏକ ସମ୍ବେଦନଶୀଳ ଉଲ୍ଲାସ ଖେଳି ଯାଇଥିଲା।



