Spread the love

### ବାତ୍ୟା ପରେ ରାସ୍ତାରୁ ଗଛ ହଟାଇବା କାର୍ଯ୍ୟରେ ODRAF ଟିମ୍

ଗଞ୍ଜାମ: ବାତ୍ୟାଜନିତ ପ୍ରଭାବରେ ରାସ୍ତାରେ ପଡ଼ିଥିବା ଗଛ ଓ ଡାଳପତ୍ର ହଟାଇ ଯାତାୟାତ ସ୍ୱାଭାବିକ କରିବା ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ କାର୍ଯ୍ୟ ଜାରି ରହିଛି।

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍‌ର ସିଧପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛନ୍ଦିକେନ୍ଦୁ ଗ୍ରାମ ନିକଟସ୍ଥ ‘ଜରାଉ’ ନାଳ ବ୍ରିଜ୍ ତଳେ 8th SIRBn ODRAF ଟିମ୍, ଭଞ୍ଜନଗରର ସେକ୍ସନ–୩ ପକ୍ଷରୁ ଗଛ କାଟି ହଟାଇବା କାର୍ଯ୍ୟ ଚାଲିଛି।

ଉଦ୍ଧାରକାରୀ ଦଳ ପକ୍ଷରୁ ତୁରନ୍ତ କାର୍ଯ୍ୟ କରାଯାଇ ପ୍ରଭାବିତ ଅଞ୍ଚଳରେ ରାସ୍ତା ସଫା କରିବା ଓ ଯାତାୟାତକୁ ସୁଗମ କରିବା ଦିଗରେ ପଦକ୍ଷେପ ନିଆଯାଉଛି।

ଏଭଳି ଜରୁରୀକାଳୀନ ପରିସ୍ଥିତିରେ ODRAF ଟିମ୍‌ର ତ୍ୱରିତ କାର୍ଯ୍ୟ ଜନସାଧାରଣଙ୍କ ସୁରକ୍ଷା ଓ ରାସ୍ତାରେ ଯାତାୟାତ ସ୍ୱାଭାବିକ କରିବାରେ ସହାୟକ ହେଉଛି।

Leave a Reply

Your email address will not be published. Required fields are marked *