Spread the love

ରବୀନ୍ଦ୍ରମଣ୍ଡପରେ ନଭେମ୍ବର ୨୭ ଓ ୨୮ରେ ସର୍ବଭାରତୀୟ କଣ୍ଢେଇନାଟ ଉତ୍ସବ ‘କଣ୍ଢେଇନାଟ : ଏକ ସଂସ୍କୃତିଯାତ୍ରା’ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ପାରମ୍ପରିକ ଓ ସମକାଳୀନ କଣ୍ଢେଇନାଟ ହେବ ପ୍ରଦର୍ଶିତ

ଭୁବନେଶ୍ୱର, ନଭେମ୍ବର ୨୦୨୬: ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପ୍ରାୟୋଜିତ ସର୍ବଭାରତୀୟ କଣ୍ଢେଇନାଟ ଉତ୍ସବ ‘କଣ୍ଢେଇନାଟ : ଏକ ସଂସ୍କୃତିଯାତ୍ରା’ର ଚତୁର୍ଥ ସଂସ୍କରଣ ଆସନ୍ତା ନଭେମ୍ବର ୨୭ ଓ ୨୮ ତାରିଖରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ରମଣ୍ଡପଠାରେ ଅନୁଷ୍ଠିତ ହେବ। ଉଭୟ ଦିନ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ।

ଆସନ୍ତା ନଭେମ୍ବର ୨୭ ତାରିଖରେ ଓଡ଼ିଶାର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଏହି ଉତ୍ସବକୁ ଉଦ୍‌ଘାଟନ କରିବେ। ଉଦ୍‌ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଚିବ ଡ. ଚନ୍ଦ୍ରଶେଖର ହୋତା ଉପସ୍ଥିତ ରହିବେ।

ସେହିପରି ନଭେମ୍ବର ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଦଯାପନୀ ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ତଥା ନିର୍ଦ୍ଦେଶକ ଡା. ବିଜୟକେତନ ଉପାଧ୍ୟାୟ (ଭା.ପ୍ର.ସେ.) ଯୋଗଦେବେ।

ଏହି ଦୁଇଦିନିଆ ସର୍ବଭାରତୀୟ ଉତ୍ସବରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ ଓ ପଶ୍ଚିମବଙ୍ଗର ବିଭିନ୍ନ କଣ୍ଢେଇନାଟ ଦଳ ଏବଂ ଶିଳ୍ପୀମାନେ ପାରମ୍ପରିକ ତଥା ସମକାଳୀନ କଣ୍ଢେଇନାଟ ପରିବେଷଣ କରିବେ।

ପ୍ରମୁଖ କାର୍ଯ୍ୟକ୍ରମସମୂହ:

  • ବନ୍ଦେ ମାତରମ୍ — ଶ୍ରୀରାମ ଛାୟା ନାଟକ ଗବେଷଣା ପରିଷଦ, ଅନୁଗୋଳ
  • ସୀତାଠାବ — ପ୍ରସ୍ତୁତି: ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ
  • ଓଡ଼ିଶାର ଚାରି ପ୍ରକାର କଣ୍ଢେଇ ନାଟର ମିଳିତ ପ୍ରଦର୍ଶନ — ନିର୍ଦ୍ଦେଶନା: ଗୌରାଙ୍ଗ ଚରଣ ଦାଶ (୨୭ ନଭେମ୍ବର, ୨୦୨୬)
  • କାଠି ଓ ସୂତାକଣ୍ଢେଇ — ନିର୍ଦ୍ଦେଶନା: ଏମ୍. ଆର୍. ଶ୍ରୀନିବାସ, ରଙ୍ଗପୁଥିଲୀ ପପେଟିୟରସ୍, ବେଙ୍ଗାଲୁର
  • ଥୋଲବୋମାଲଥ (ଛାୟାକଣ୍ଢେଇ ନାଟ) — ଟି. ପବନ କୁମାର, ଶ୍ରୀ ନଟରାଜ ନୀଳୟ ଚର୍ମଚିତ୍ର କଳା ପ୍ରଦର୍ଶନ କମିଟି, କାକିନାଡ଼ା, ଆନ୍ଧ୍ରପ୍ରଦେଶ
  • ରାମଲୀଳା କଣ୍ଢେଇନାଟ — ଚକ୍ରଧର ପରିଡ଼ା, ଦେବଶିଳ୍ପୀ ବିଶ୍ୱକର୍ମା କଣ୍ଢେଇନାଚ, ଜଡ଼ିପଦା, କେନ୍ଦୁଝର
  • ରାବଣଛାୟା — ଗୌରାଙ୍ଗ ଚରଣ ଦାଶ, ଶ୍ରୀରାମ ଛାୟାନାଟକ ଗବେଷଣା ପରିଷଦ, ଖମାର, ଅନୁଗୁଳ
  • ଗୋପଲୀଳା କଣ୍ଢେଇନାଟ — ସୁଶାନ୍ତ ଧଳ, ଜୟ ଭାରତ କଣ୍ଢେଇ କଳା ପରିଷଦ, ଭାପୁର, ଢେଙ୍କାନାଳ
  • କଣ୍ଢେଇନାଟ ପ୍ରଦର୍ଶନ — ବସନ୍ତ କୁମାର ସାହୁ, ବୁଦ୍ଧମ ପପେଟ୍, ବୌଦ୍ଧ
  • ସମକାଳୀନ କଣ୍ଢେଇନାଟ — (୨୮ ନଭେମ୍ବର, ୨୦୨୬)
  • ସମକାଳୀନ ଛାୟାକଣ୍ଢେଇ ନାଟ — ଇଭାମ୍ ହେସ୍ଟିଙ୍ଗ୍‌ସ, ବେଙ୍ଗାଲୁର, କର୍ଣ୍ଣାଟକ (୨୮ ନଭେମ୍ବର, ୨୦୨୬)
  • ଥୋଲପଭାକୁଥୁ (ଛାୟାକଣ୍ଢେଇ ନାଟ) — ପଦ୍ମଶ୍ରୀ ରାମଚନ୍ଦ୍ର ପୁଲାଭାର, ସୋରନର, କେରଳ (୨୮ ନଭେମ୍ବର, ୨୦୨୬)
  • ଡାଙ୍ଗେର ପୁତୁଲନାଟ — ମଦନ ମୋହନ ହାଲଦାର, ସ୍ୱର୍ଗୀୟ କାଳୀକୃଷ୍ଣ ପୁତୁଲ ନାଚ ପାର୍ଟି, ଦକ୍ଷିଣ ଚବିଶପ୍ରଗଣା, ପଶ୍ଚିମବଙ୍ଗ (୨୮ ନଭେମ୍ବର, ୨୦୨୬)
  • ରାବଣଛାୟା — ଖଗେଶ୍ୱର ପ୍ରଧାନ, ରାବଣଛାୟା ନାଟ୍ୟ ସଂସଦ, ଓଡ଼ଶ, ଖମାର, ଅନୁଗୁଳ (୨୮ ନଭେମ୍ବର, ୨୦୨୬)
  • ସଖୀକଣ୍ଢେଇ ନାଟ — ପରମେଶ୍ୱର ସିଂ ଓ ସାଥୀ, ମନ୍ତ୍ରୀପଡ଼ା, କେନ୍ଦ୍ରାପଡ଼ା (୨୮ ନଭେମ୍ବର, ୨୦୨୬)
  • ସମକାଳୀନ କଣ୍ଢେଇ ନାଟ — ଆଲୋକ ବିଷୋୟୀ, ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ, ଦିଗପହଣ୍ଡି, ଗଞ୍ଜାମ (୨୮ ନଭେମ୍ବର, ୨୦୨୬)

ରାଜ୍ୟର ସମସ୍ତ କଳା ଓ ସଂସ୍କୃତିପ୍ରେମୀ ଦର୍ଶକମାନଙ୍କୁ ଏହି ବିରଳ କଣ୍ଢେଇନାଟ ଉତ୍ସବରେ ଯୋଗଦେବା ପାଇଁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *