Spread the love

ତାଳଚେରରେ ଘନ କୁହୁଡ଼ିର ପ୍ରଥମ ଝଲକ

ତାଳଚେର, ୨୬/୧୧ ଶୀତଋତୁ ସେ ପୁଣି କାର୍ତିକ ମାସ ଅନ୍ତିମ ଦିନରେ, ତାଳଚେର ଅଂଚଳରେ ଶୀତର ପ୍ରକୋପ ସେତେଟା ଦେଖାଯାଇନଥିବା ବେଳେ ଆଜି ସକାଳ ଭୋରୁ ସମୟରେ ତାଳଚେର ସହର ପୁରା ଘନ କୁହୁଡ଼ିରେ ବାୟୁମଣ୍ଡଳ ଏକ ପ୍ରକାର ଆବରଣ ପଡ଼ି ଯାଇଥିଲା । ପ୍ରାୟ ଦୁଇରୁ ଚାରି ପାଉଣ୍ଡ ଟିକେ ଆଗକୁ ଚାଲିଗଲେ ଅପରପାଶ୍ୱର୍ ଲୋକର ମୁହଁ ଦେଖାଯାଉନଥିବା ଲକ୍ଷ୍ୟ କରାଯାଇଥିଲା । ଶୀତୁଆ ସକାଳ ଓ ଥଣ୍ଡାର କୁହୁଡ଼ି, ଦୂରରୁ ଗାଡି ଟିଏ ଆସୁଥିଲେ ମଧ୍ୟ କେବଳ ତାର ଲାଇଟ୍ ଟି ଧପ୍‌ଧପ୍ ହେବା ଦିଶୁଥିଲା । କିନ୍ତୁ ଗାଡ଼ିର ଲାଇଟ୍ ବନ୍ଦ କରିଦେଲ ଜଣାପଡ଼ିବନି ଯେ, ସେପଟ ପାଖରୁ କୌଣସି ଗାଡ଼ି ଆସୁଛି ବୋଲି । ଜାତୀୟ ରାଜପଥର ପରିସ୍ଥିତି ବି ସମାନ ରହିଥିଲା । ଛୋଟମୋଟ ଯାନବାହାନ ଗୁଡ଼ିକ ଧିର ଗତିିରେ ଯାତାୟତ କରୁଥିଲେ । ଶୀତୁଆ କାକରରେ ସକାଳ ସମୟରେ ସାହି ଗଳିକନ୍ଦି ଓ ଜାତୀୟ ରାଜପଥ ପୁରା ଖଁଖାଁ ହୋଇପଡ଼ିଥିଲା । -ସକାଳ ସମୟରେ ଲୋକମାନେ କୁହୁଡ଼ି ଓ ଠପ୍‌ଠପ୍ ହୋଇ ପଡ଼ୁଥିବା ଶିଶିର ଯୋଗୁଁ ମଣିଙ୍ଗୱାର୍କ ପାଇଁ ପଡ଼ିଆକୁ ଯାଇପାରିନଥିଲେ । ପ୍ରାୟ ସକାଳ ୮ଘଟିକା ପରେ କୁହୁଡ଼ି ଓ ଶୀତୁଆ ପାଗ ଧିରେ ଧିରେ କମିବା ପରେ ଯାତାୟତ ଓ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା ।

Leave a Reply

Your email address will not be published. Required fields are marked *