
୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ବୁଡାନ୍ତ ପ୍ରସ୍ତୁତି ବୈଠକ ।
(ଜେ ବି ଏନ /ସୁଶାନ୍ତ କୁମାର) ୨୨/୦୧ /୨୦୨୧ ଅନୁଗୋଳ : ସାଧାରଣତନ୍ତ୍ର ଦିବସ ୨୦୨୧ ପାଳନ ନିମନ୍ତେ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟର କୋର୍ଟ ରୁମ୍ ଠାରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଧାରଣତନ୍ତ୍ର ଦିବସ ପାଳର୍ବ ନିମନ୍ତେ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦ୍ଦେଶନାମା ଆଧାରରେ ଜିଲ୍ଲା ସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ନିରାଡମ୍ବର ଭାବରେ ପାଳନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଥିଲେ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଥିରିକୃତ ମୁଖ୍ୟ ଅତିଥୀ ଭାବେ ରାଜ୍ୟ ଇସ୍ପାତ , ଖଣି ଓ ପୂର୍ତ୍ତି ମନ୍ତ୍ରୀ ଶ୍ରୀ ପ୍ରଫୁଲ କୁମାର ମଲ୍ଲିକ ଅନୁଗୋଳ ଷ୍ଟାଡିୟମ ପଡ଼ିଆରେ ସକାଳ ୯ : ୧୫ ମିନିଟ୍ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଉଦବୋଧନ ଦେବେ । ଏହି ଅବସରରେ କରୋନା ଯୋଦ୍ଧାଙ୍କୁ ସମ୍ବଦ୍ଧିତ କରାଯିବ । ପରେ ପରେ ମୁଖ୍ୟ ଚିକିତ୍ସାଳୟରେ ରକ୍ତଦାନ ଶିବିର ଆୟୋଜନ କରାଯିବା ସହିତ ରୋଗୀମାନଙ୍କୁ ଫଳ , ଜେଲର ଅନ୍ତେବାସ ଓ ଅନାଥାଶ୍ରମର ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନକରାଯିବ । ଚଳିତ ବର୍ଷ ଜିଲ୍ଲା ପୋଲିସ ତରଫରୁ ୩ଗୋଟି ପ୍ଲାଟୁନ୍ ଓ ଗୋଟିଏ ବ୍ୟାଣ୍ଡ ପାର୍ଟି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଜାତୀୟ ପତାକାକୁ ଅଭିବାଦନ ଜଣାଇବେ କାର୍ଯ୍ୟକ୍ରମରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସାଧାରଣ ଓ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଯୋଗ ଦେବାପାଇଁ ବାରଣ କରାଯାଇଛି । ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ ପୂର୍ବରୁ ସମସ୍ତ ସରକାରୀ , ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଗୁଡିକରେ ସକାଳ ୭ଘ.୩୦ ମିନିଟ୍ରେ ଜାତୀୟ ପତାକା ଉତ୍ତୋଳନ କରାଯିବା ଜାତୀୟ ପତାକା ଉତ୍ତୋଳନ ଅବସରରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ସାମାଜିକ ଦୂରତା ଅବଲମ୍ବନ କରିବା ସହ ସମସ୍ତେ ମାସ୍କ ପିନ୍ଧିବେ ଓ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରି ନିଜକୁ ସୁରକ୍ଷିତ ରଖିବେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାଃ ଅଭୟ କୁମାର ଦାଶ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରସନ୍ନ କୁମାର ବିଶ୍ଵାଳ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସୌରଭ ପ୍ରଧାନଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଜାତୀୟ ଦିବସ ପାଳନ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।



