
ବାଲ୍ୟବିବାହ ବିରୋଧରେ ସଚେତନତା କାର୍ଯ୍ୟକ୍ରମ :ନୂଆହତା
(ଜେ. ବି. ଏନ /ସୁଶାନ୍ତ କୁମାର) ୨୯/୦୧/୨୦୨୧ ଅନୁଗୁଳ :ଅନଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ଗ୍ରାମରେ ବାଲ୍ୟ ବିବାହ ବିରୋଧରେ ଏ ଏସ ପି ଆର (NGO)ସହାୟତା ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗ୍ରାମ ସରପଞ୍ଚ ଶଚୀତାନନ୍ଦ ବେହେରା ଯୋଗଦାନ ଦେଇଥିଲେ। ସମ୍ମାନନୀୟ ଅତିଥି ଭାବେ ସମିତି ସଭ୍ୟ ଶ୍ରୀ ଶିବରାମ ମାଝୀ ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୁ ଶ୍ରିମତୀ ପୁଷ୍ପଲତା ସାମଲ, ଯୋଗଦାନ କରି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହା ପରେ ଗ୍ରାମ ପରି କ୍ରମା କରିବା ସହ ଗ୍ରାମବାସୀଙ୍କୁ ବାଲ୍ୟ ବିବାହ ବିରୋଧରେ ସଚେତନତା ଜାଗ୍ରତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନ୍ୟ ମାନଙ୍କ୍ ମଧ୍ୟରେ ଏ. ଏନ୍. ଏମ୍ ଶ୍ରିମତୀ ବିନୋଦିନୀ ସାମଲ,
ଆଶାକର୍ମୀ
(ରୀତା ରାଣୀ ଭୋଇ, ମମତା ବେହେରା, ସାବିତ୍ରୀ ମୁର୍ମୁ, ଭାନୁମତୀ ନାୟକ, ମଞ୍ଜୁ ଦାସ, ପ୍ରମିଳା ରାଉତ, ବାସନ୍ତୀ ସାମଲ)
ଅଙ୍ଗନବାଡି କର୍ମୀ
(ରିନା ବାଳା ସାହୁ, ଆର୍ଯ୍ଯ ବାଳା ସାହୁ, ଦୌପୟାନ୍ତି ବେହେରା, ଭବାନୀ ମଞ୍ଜରି ସାହୁ, ରଶ୍ମିତା ବେହେରା, ଦୀପା ରାଉତ, ପ୍ରଭାତୀ ସାହୁ, ଲକ୍ଷ୍ମି କୁମାରୀ ନାୟକ,)
ଜି. ପି. ସି. ଏମ୍- ପ୍ରତାପ କୁମାର ବେହେରା,
ଏଲ୍. ଇ. ପି ଶିକ୍ଷକ
( କାଦମ୍ବିନୀ ନାୟକ, ଶୋଭଶ୍ରୀ ମାଝୀ,)
ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ
(ଲବଙ୍ଗ ଭୁତିଆ, ସାବିତ୍ରୀ ବେହେରା, ବିଜୁଳି ସାହୁ) ,
ସି. ଆର୍. ପି
(ପ୍ରତିମା ଭୁତିଆ, ଝିଲ୍ଲି ସିଂହ, କଲ୍ୟାଣୀ ବେହେରା, ଆରତି ବେହେରା, ମିତା ରାଣୀ ଭୁତିଆ) ଏଲ୍. ଏଫ୍ ସରୋଜ ନାଏକ, ସୁପ୍ରିୟା ସାହୁ ମୋନାଲିସା ସାହୁ, ସୋନାଲି ସିଂ ଓ ଗ୍ରାମର କିଛି ମହିଳା ବୃନ୍ଦ ଓ କିଶୋରୀ ବାଳିକା ଓ ଏ ଏସ ପି ଆଇ ଆର (NGO) ଟିମ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିଲେ।ଶେଷରେ ଏହି କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ବିରୋଧରେ ଅଧିକ ଧ୍ୟାନ ଦେବା ପାଇଁ ଓ ଅନ୍ୟକୁ ସଚେତନତା ସୃଷ୍ଟି କରିବା ପଥରେ ଏକ ସତ୍ୟ ପାଠ ଗ୍ରହଣ କରିଥିଲେ।



