ଅଂଶୁପା ହ୍ରଦରେ ୱାଚ୍ ଟାୱାର ଉଦଘାଟିତ

ଜେ ବି ଏନ, ୩୦/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : ଆଜି ଜଙ୍ଗଲ ବିଭାଗର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଅଂଶୁପା ହ୍ରଦର ୱାଚ୍ ଟାୱାର ଉଦଘାଟନ କରିଛନ୍ତି । ଅଂଶୁପା ହ୍ରଦର ସଂରକ୍ଷଣ ଓ ପରିଚାଳନା ଦିଗରେ ଏହା ସହାୟକ ହୋଇପାରିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ଅଂଶୁପା ନିକଟରେ ପୂର୍ବରୁ ପର୍ଯ୍ୟଟନ ବିଭାଗ ସହଭାଗିତାରେ ୪୦.୬୫ କୋଟି ଟଙ୍କାରେ ଏକ ବୃହତ ପ୍ରକଳ୍ପ ପରିକଳ୍ପନା କରାଯାଇଛି । ଏହାଛଡ଼ା ଅଂଶୁପାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଭାଗୀୟ ସୂଚନା ଦିଆଯାଇଛି l

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-24-scaled.jpg)

