- ସନ୍ ହସ୍ପିଟାଲରେ ନିଆଁ

ଜେ ବି ଏନ, ୦୧/୦୨ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), କଟକ : କଟକ ସ୍ଥିତ ବିଜୁ ପଟ୍ଟନାୟକ ଚ୍ଛକ ସନ ହସପିଟାଲ ରେ ଆଜି ଲାଗିଛି ନିଆଁ l ପୂର୍ବରୁ ଏପରି ଘଟିଥିବା ଅଗ୍ନିକାଣ୍ଡ ଯୋଗୁଁ ଘଟିଥିବା ପରିସ୍ଥିତି ମାନସରୁ ଲିଭି ନ ଥିବା ବେଳେ ଆଜି କଟକ ଜିଲ୍ଲା ର ସ୍ଥାନୀୟ କନିକା ଚ୍ଛକ ସ୍ଥିତ ସନ ହସ୍ପିଟାଲରେ ନିଆଁ ଲାଗି ଯିବା ର ଲାଇଭ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । କଟକ ଡି ସି ପି, ଏ ସି ପି, ମୁନିସିପାଲିଟି କମିଶନର ଙ୍କ ସହ କଟକ ବିଧାୟକ ଏମଡି ମୋକିମ୍ ମଧ୍ୟ ଉପସ୍ଥିତ ରହିଛନ୍ତି। ଏଥି ସହ ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ସହ ପୁଲିସ ମୁତୟନ ରହି ପରିସ୍ଥିତିକୁ ଆୟତ କରିଛନ୍ତି l ହସ୍ପିଟାଲ ର କ୍ୟାଣ୍ଟିନ୍ ବିଭାଗ ରେ ନିଆଁ ଲାଗି ଥିବା ସୂଚନା
। ଏହି ଅଗ୍ନିକାଣ୍ଡ ଯୋଗୁଁ କେହି ମୃତାହତ ନ ହେଇ ଥିବା ସୂଚନା ମିଳିଛି l ସୂଚନା ମୁତାବକ ସନ ହସ୍ପିଟାଲର ଜନୈକ କର୍ମଚାରୀ ନିଆଁ ଆୟତ କରୁଥିବା ବେଳେ ଲାଗିଛି ଗୋଡ ରେ ଆଘାତ l ତେବେ ଘଟଣା ସ୍ଥଳରେ କଟକ ଜିଲାପାଳ ମଧ୍ୟ ଉପସ୍ଥିତ ବୋଲି ଦେଖିବାକୁ ମିଳିଛି l



