ବିଜେଡି ର ମିଶ୍ରଣ ପର୍ବ ଅନୁଷ୍ଠିତ

ଜେ ବି ଏନ, ୦୧/୦୨/୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ଗତ କାଲି ବରହମପୁର ଖଲିକୋଟ କଲେଜ ଖେଳ ପଡ଼ିଆରେ ହୋଇଥିବା କଂଗ୍ରେସ ରବିଶାଳ ସମାବେଶ ରେ ଅନ୍ୟ ଦଳ ର କିଛି ଅସନ୍ତୁଷ୍ଟ କର୍ମୀ କଂଗ୍ରେସ ରେ ଯୋଗ ଦେଇଥିବା ବେଳେ ଆଜି ବରହମପୁର ବିଜେଡି କାର୍ଯ୍ୟାଳୟରେ ରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା l ଏହି ପର୍ବ ରେ ଦିଗ ପହଣ୍ଡି ଅନ୍ତର୍ଗତ ଖୋମ୍ବାରି ଗ୍ରାମ ର ସମିତି ସଭ୍ୟ ସିମଞ୍ଚଳ ଗୌଡ କଂଗ୍ରେସ ଛାଡି ବିଜେଡି ରେ ଯୋଗ ଦେଇଥିବା ବେଳେ ନିମାଖଣ ର ସମିତି ସଭୟା ଜସ୍ନ ସାହୁ ବିଜେପି ଛାଡି ବିଜେଡି ରେ ଯୋଗ ଦେଇଥିଲେ l ଏହି ମିଶ୍ରଣ ପର୍ବରେ ବିଜେଡ଼ି ରୋ ସଭାପତି ଡଃ. ରମେଶଚନ୍ଦ୍ର ଚାଉ ପଟ୍ଟନାୟକ , ବରହମପୁର ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟ ସମ୍ପାଦକ ସୁବାସ ମହାରଣା, ସଂଘମିତ୍ରା ଦଳାଇ, ଜଗନ୍ନାଥ ସାବତ ପ୍ରମୁଖ ଉପସ୍ଥିତି ଥିଲେ. I




