ସ୍କ୍ରାପ ଦ୍ବାରା ନିର୍ମିତ ଭାରତ ମାନଚିତ୍ର

ଜେ ବି ଏନ, ୦୨/୦୨/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଭୁବନେଶ୍ବର/ବ୍ରହ୍ମପୁର : ବ୍ରହ୍ମପୁର ଆଟିଆଇ ପରିସରରେ ଥିବା ଏସିଆର ସର୍ବ ବୃହତ ସ୍କ୍ରାପ ପାର୍କରେ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଛନ୍ତି ସର୍ବ ବୃହତ୍ ଭାରତ ମାନଚିତ୍ର । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀ ଏବଂ SDTE ଓଡିଶା ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂଙ୍କ ଉପସ୍ଥିତିରେ ଏହା ଉଦଘାଟିତ ହୋଇଛି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ କମ୍ ମୂଲ୍ୟର ଇନଭର୍ଟର ଆଲୋକ ବ୍ୟବସ୍ଥା ତଥା ଅନ୍ୟାନ୍ୟ କୁଶଳୀ କାର୍ଯ୍ୟ ଶ୍ରୀ ବାଗଚୀ ଏବଂ ଶ୍ରୀ ସିଂ ଦେଖିଥିଲେ ।



