ମାଘମେଳା ପ୍ରସ୍ତୁତି ବୈଠକ

(ଜେ. ବି. ଏନ୍) ୦୩ /୦୨ /୨୦୨୧, ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମେଳା ର ପ୍ରସ୍ତୁତି ବୈଠକ ଜିଲ୍ଲା ପ୍ରଶାସନ ସଦ୍ଭାବନା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଫେବ୍ରୁଆରି ୨୫/୨୬/୨୭ ତିନି ଦିନ ଧରି ଏହି ବିଶ୍ୱ ପ୍ରସିଦ୍ଧ ମେଳା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାପାଳ ରୁପେଶ ଚନ୍ଦ୍ର ବେହେରା ADMO ଶଶାଙ୍କ ଶେଖର ଦାସ, PDDRDA ନରୋତ୍ତମ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଜାତା ରାଣୀ ମିଶ୍ର, ବନ ଅଧିକାରୀ ପ୍ରକାଶ ଚନ୍ଦ୍ର, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ବିଜୟ କୁମାର କମିଲା ଓ ବାବା ରଘୁନାଥ ଦାସ, ସୁଶାନ୍ତ ବାବା, ସାଧୁ ବିଜୟ ଦାସ ଓ ଅରୁପ ଦାସ ଯୋଗଦାନ କରିଥିଲେ। ଅପେରା, ସିନେମା ଓ କଣ୍ଢେଇ ନାଚ ବନ୍ଦ ରହିବ। ବାହାରୁ (ରାତି) ରୁ ଆସୁଥିବା ଭକ୍ତଙ୍କ କୋଭିଡ ପରୀକ୍ଷା କରାଯାଇ ରିପୋର୍ଟ୍ ଗ୍ରହଣ କରି ଭିତରକୁ ଛଡାଯିବା ଥରକେ ୧୦ ମିନିଟ୍ ପାଇଁ ୫୦ ଭକ୍ତଙ୍କୁ ଭିତରକୁ ଛଡାଯିବ। ସାମାଜିକ ଦୂରତା ଲାଇଟ୍ ଓ କେବଳ ସାଧୁ ସନ୍ଥ ବିନା ଅନ୍ୟ କାହାରିକୁ ଭିତରକୁ ଯିବା ପାଇଁ ବାରଣ କରାଯାଇଅଛି।




