ଦିଅର ଶିଳପୁଆରେ ଛେଚି ଭାଉଜକୁ ହତ୍ୟା

ଜେ ବି ଏନ, ୪/୦୨/୨୦୨୧, (ରିପୋର୍ଟ, ମଦନ ସାହୁ), ::ଅନୁଗୋଳ ଅନୁଗୋଳ ସଦର ଥାନା ସୁସୁଡା ଗାଁରେ ଆଜି ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ଦିଅର ଶିଳପୁଆରେ ଛେଚି ଭାଉଜକୁ ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଥିବା ଜଣା ପଡିଛି । ସୂଚନା ଅନୁଯାଇ ସୁସୁଡା ସ୍କୁଲ ସମ୍ମୁଖରେ ରହୁଥିବା ସଙ୍ଗୀତା ଭୋଇ ତାଙ୍କ ଦିଅର ସୁବାଶ ଭୋଇଙ୍କ ସହ ଘରେ ଥିବା ବେଳେ ହଠାତ ସୁବାଶ ଏକ ଶିଳପୁଆରେ ସଙ୍ଗୀତାଙ୍କୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ସଙ୍ଗୀତାଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ସୁବାଶ ନିଜେ ଆସି ଥାନାରେ ଆତ୍ମସମର୍ପଣ କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ତେବେ ସାଇଣ୍ଟିଫିକ ଟିମ ଆସି ପାରି ନଥିବା ତଦନ୍ତରେ ଅଗ୍ରଗତି ହୋଇ ପାରି ନଥିବା ଜଣା ପଡିଛି । ଆସନ୍ତାକାଲି ସାଇଣ୍ଟିଫିକ ଟିମ ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ କରାଯିବ । ତେବେ ପ୍ରାଥମିକ ତଦନ୍ତ ବେଳେ ସୁବାଶଙ୍କ ମାନସିକ ଅବସ୍ଥା ଠିକ ନଥିବାରୁ ଏଭଳି କାଣ୍ଡ ଭିଆଇଥିବା ଜଣା ପଡିଛି l

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-19-scaled.jpg)

