ବହୁ ବାଦ ବିବାଦ ପରେ ନୂତନ ତହସିଲଦାର ନିଯୁକ୍ତ : ହିନ୍ଦୋଳ

ଜେ ବି ଏନ, ୦୪/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ମହାପାତ୍ର), ଢେଙ୍କାନାଳ : ହିନ୍ଦୋଳ ଉପଖଣ୍ଡର ତହସିଲ କାର୍ଯ୍ୟାଳୟରେ ବହୁ ବାଦବିବାଦ ପରେ ନୂତନ
ତହସିଲଦାର ଭାବେ ସୁଶାନ୍ତ କୁମାର ମିଶ୍ରଙ୍କୁୁ ନିଯୁକ୍ତି ଦିଆ ଯାଇଛି ! ପ୍ରକାଶ ଥାଉକି
ପୂର୍ବତନ ତହସିଲଦାର ସରକାରୀ ନିର୍ଦ୍ଦେଶକୁ ଚାଲେଞ୍ଜ କରି ହିନ୍ଦୋଳ ତହସିଲ କାର୍ଯ୍ୟାଳୟରେ ବସିରହିବା ଘଟଣା ସାଧାରଣରେ ବେଶ୍ ଚର୍ଚ୍ଚା ହୋଇଥିଲା । ଏହାକୁ ନେଇ ହିନ୍ଦୋଳ ଅଂଚଳରେ ତୀବ୍ର ଉତେଜନା ଦେଖାଦେଇଥିବା ବେଳେ ଏ ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଶେଷରେ ରାଜ୍ୟ ସରକାର ପୂର୍ବତନ ତହସିଲଦାର ଅଜୟ ମଲ୍ଲିକଙ୍କ ପୁନଃ ନିଯୁକ୍ତିକୁ ରଦ୍ଦ କରି ଶ୍ରୀ ମିଶ୍ରଙ୍କୁ ନିଯୁକ୍ତି ଦେଇଛନ୍ତି । ଶ୍ରୀ ମିଶ୍ର ବର୍ତ୍ତମାନ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଭାବେ କାର୍ଯ୍ୟରତ ଅଛନ୍ତି l



