
୨୦୨୦ – ୨୧ ଆର୍ଥିକ ସାକ୍ଷରତା ସପ୍ତାହ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ପାଳିତ ହୋଇଯାଇଛି
(ଜେ ବି ଏନ /ସୁଶାନ୍ତ କୁମାର) ୧୦/୦୨/୨୦୨୧ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ୨୦୨୦ – ୨୧ ଆର୍ଥିକ ସାକ୍ଷରତା ସପ୍ତାହ ପାଳିତ ହୋଇଯାଇଛି। ଏହି ଉସ୍ତବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଇଶାନୀ ପଣ୍ଡା, ଡିଜିଏମ ଆର ବି ଆଇ (DGM RBI) ଶ୍ରୀ ସୁନୀଲ କୁମାର ଦାସ ଓ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ର ଚେୟାରମ୍ୟାନ ଶ୍ରୀ ମୋହନ ଏମ୍ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିିଥିଲେ। ସମ୍ମାନୀୟ ଅତିଥି ଭାବେ ଡିଡିଏମ ନାବାର୍ଡ, ଜି ଏମ (IT) ଓଡିଶା ଓଡିଶା ଗ୍ରାମ୍ୟ ବ୍ଯାଙ୍କ, ଢେଙ୍କାନାଳ (ଆର ଏମ୍) ଓଡିଶା ଗ୍ରାମ୍ୟ ବ୍ଯାଙ୍କ, ସ୍ଥାନୀୟ ନୂଆହତା ଗ୍ରାମ ର ସରପଞ୍ଚ ଓ ସ୍ଥାନୀୟ ଅଞ୍ଚଳର ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ର ସଦସ୍ୟ, ବ୍ୟାଙ୍କ ଗ୍ରାହାକ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।
ବଅଁରପାଳ ଓଡିଶା ଗ୍ରାମ୍ୟ ବ୍ଯାଙ୍କ ର ମ୍ୟାନେଜର୍ ଭାନୁପ୍ରିୟା ପଟେଲ, ସ୍ଵାଗତ ଭାଷଣ ଦେବା ସହ ଆସିଷ୍ଟାଣ୍ଟ ମ୍ୟାନେଜର୍ ଆର୍ ଓ ଢେଙ୍କାନାଳ ଶ୍ରୀ ଶ୍ରୀକାନ୍ତ ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବଅଁରପାଳ ଓଡିଶା ଗ୍ରାମ୍ୟ ବ୍ଯାଙ୍କ ଜୋନ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ।



