ଦେଓଗାଁ ଉଚ୍ଚ ବିଦ୍ୟାଳୟ ରେ ମୋ ସ୍କୁଲ୍ ଅଭିଯାନର ପାଳିତ ହୋଇଯାଇଛି

ଜେ. ବି. ଏନ୍ (୧୨/୦୨ /୨୦୨୧), ରିପୋର୍ଟ, ଶୁଭମ ପାଣି), ଢେଙ୍କାନାଳ : ଗନ୍ଦିଆ ବ୍ଳକ ଶିକ୍ଷା ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମନିଟରିଙ୍ଗ ଟିମ୍ ଲିଡର ଓ ସଦସ୍ୟ ମାନେ ଆଜି ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ର ମନିଟରିଙ୍ଗ କରିଛନ୍ତି।ମନିଟରିଙ୍ଗ କମିଟି ର ଟିମ୍ ଲିଡର ହରିହର ସାହୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ଵହୁମୂଖୀ ଉଚ୍ଚ ବିଦ୍ୟାଳୟ ଦେଓଗାଁ, କପିଳାସ ବାଳିକା ଉଚ୍ଚ ବିଦ୍ୟାଳୟ , ବିଦ୍ୟାଧର ପୁର ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ବିଦ୍ୟାଧର , ସହଦେବ ଉଚ୍ଚ ବିଦ୍ଯା ପୀଠ ସାନ୍ଦାପଶିପାଟଣା,ଓ ଗନ୍ଦିଆ ହାଇ ସ୍କୁଲ ରେ ପ୍ରଧାନ ଶିକ୍ଷକ ଙ୍କ ସହିତ ମୋ ସ୍କୁଲ ଅଭିଯାନ ବିଷୟରେ ଆଲୋଚନା କରିଥିବା ବେଳେ ଅନ୍ୟତମ କମିଟି ସଦସ୍ୟ ସୁବାଷ ଚନ୍ଦ୍ର ସ୍ବାଇଁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ମଠ ତେନ୍ତୁଳିଆର ପ୍ରଧାନ ଶିକ୍ଷକ ଙ୍କ ସହିତ ଆଲୋଚନା କରିଥିଲେ। ଦେଓଗାଁ କ୍ଲଷ୍ଟରର ସି ଆର ସି ସି ବିଦ୍ୟାଧର ପରିଡ଼ା ଦେଓଗାଁ ହାଇ ସ୍କୁଲ ରେ ଆଲୋଚନା ରେ ସହଯୋଗ କରିଥିଲେ।



