ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଦର୍ପଣ ପୁସ୍ତିକା ବଣ୍ଟନ

ଜେ ବି ଏନ, ୧୩/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ସରକାରଙ୍କ ଦ୍ଵାରା ପ୍ରଦତ୍ତ ଶିକ୍ଷା ଦର୍ପଣ ପୁସ୍ତିକା ଦଶମ ପିଲା ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ପ୍ରଧାନ ଶିକ୍ଷୟତ୍ରୀ ଶ୍ରିମତୀ ମୀନତି ଦେହୁରୀ ତତ୍ତ୍ଵାବଧାନ ରେ ଉକ୍ତ କାର୍ଯ୍ୟ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଗାୟତ୍ରୀ ପାତ୍ର ଏବଂ ସୁଲେଖା ରାଉତ ବଣ୍ଟନ କରିଥିଲେ। ଏହି ପୁସ୍ତକ ଦଶମ ଶ୍ରେଣୀର ପଢୁଥିବା ୧୩୩ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ବଣ୍ଟନ କରାଯାଇଥିଲା ।ଉକ୍ତ ପୁସ୍ତକ ପାଇଁ ପିଲା ମାନଙ୍କ ମଧ୍ୟରେ ପାଠ ପଢା ପ୍ରତି ଅଧିକ ଆଗ୍ରହ ଓ ଉତ୍ସାହ ଜାଗ୍ରତ ହୋଇଛି।



