ଜିଲ୍ଲା ଚାଷୀଙ୍କ ମଣ୍ଡି ସମସ୍ୟାକୁ ନେଇ ଆଜି ଆଠମଲ୍ଲିକ ବିଧାନସଭା କ୍ଷେତ୍ର ବିଜେପି ତରଫରୁ ଚକାଜାମ୍ ଆନ୍ଦୋଳନ

ଜେ ବି ଏନ୍ (୧୩.୦୨.୨୦୨୧) ରିପୋର୍ଟ ସୁବ୍ରତ ସାମଲ ,ଅନୁଗୋଳ:
ଅନୁଗୁଳ ଜିଲ୍ଲା ଚାଷୀଙ୍କ ମଣ୍ଡି ସମସ୍ୟାକୁ ନେଇ ଆଜି ଆଠମଲ୍ଲିକ ବିଧାନସଭା କ୍ଷେତ୍ର ବିଜେପି ତରଫରୁ ବାମୁର ଛକ ବଇଣ୍ଡା ଛକ ଓ ଆଠମଲ୍ଲିକ ଏନ.ଏ.ସି.ଗୃହ ଠାରେ ସକାଳ ୧୦ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଚକାଜାମ୍ ଆନ୍ଦୋଳନ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି। ଅନୁଗୋଳ ବିଜେପି ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କ ଆହ୍ୱାନ କ୍ରମେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ଆନ୍ଦୋଳନଙ୍କୁ ୩ ଘଣ୍ଟା ଧରି ଚଳାଇ ରଖିଥିଲେ। ଫଳରେ ଜାତୀୟ ରାଜପଥରେ ଶହଶହ ଗାଡି ଅଚଳ ରହିଥିବା ଦେଖିବାକୁ ମିଳିଛି। ବାମୁର ଛକ ଠାରେ ଜଳେଶ୍ଵର ପ୍ରଧାନ, ମଣ୍ଡଳ ସଭାପତି ଜଳଧର ପ୍ରଧାନ, ହେମନ୍ତ ପ୍ରଧାନ ଓ ଜିଲ୍ଲା ପରିଷଦ ସଦସ୍ୟ ଅର୍ଜୁନ ପାଣ୍ଡେ, ସାଂସଦଙ୍କ ଅନୁଗୋଳ ପ୍ରତିନିଧି ଆଇନଜୀବୀ ପ୍ରଦୀପ ପ୍ରଧାନ, କୃଷକ ନେତା ଡାକ୍ତର ଅଶୋକ ପ୍ରଧାନ, ହୃଦାନନ୍ଦ ପ୍ରଧାନ, ଅଖିଳ ପ୍ରଧାନ, ରତ୍ନାକର ପ୍ରଧାନ, ଶରତ ପ୍ରଧାନ, ଅଜିତ ପ୍ରଧାନ,( ବାମୁର) ପ୍ରଫୁଲ ପ୍ରଧାନ, ଅଶୋକ ପ୍ରଧାନ, ଆଠମଲ୍ଲିକ ଠାରେ ଆଡଭୋକେଟ ଭଗବାନ ଜ୍ୟୋତିଷ ରାୟ, ସଭାପତି ଅବନୀ ପ୍ରଧାନ ବିଶ୍ଵଜିତ ଗାଇଗରିଆ ଓ ବଇଣ୍ଡା ଠାରେ ବିଧାନସଭା ପ୍ରାର୍ଥୀ ଭାଗୀରଥୀ ପ୍ରଧାନଙ୍କ, ଅରବିନ୍ଦ ସାହୁ, ରାଜୁ, ସଭାପତି ଯଶୋବନ୍ତ ପ୍ରଧାନ ଆଦି ଅନ୍ଦୋଳନଙ୍କୁ ଆଗେଇ ନେଇଥିଲେ । ପ୍ରକାଶ ଥାଉକି ଭାରତୀୟ ଜନତା ପାର୍ଟି ପଶ୍ଟିମ ଓଡ଼ିଶାର ୩୭ନଂ ବିଧାନସଭା ଚକା ଜାମ୍ ପାଇଁ ଆହ୍ଵାନ ଦିଆଯାଇଥିଲା ଚାଷୀଙ୍କ ମଣ୍ଡି ସମସ୍ୟାକୁ ନେଇ ସେହି ପ୍ରରିପ୍ରେକ୍ଷୀରେ ଆଜି ଆଠମଲ୍ଲିକ ବିଜେପି ତରଫରୁ ଆନ୍ଦୋଳନଙ୍କୁ ନେଇ ସମ୍ପୂର୍ଣ୍ଣ ରୂପେ ସହଯୋଗ କରାଯାଇଥିଲା।




