ଜରପଡା NICET କମ୍ପୁଟର ସେଣ୍ଟର ରେ ସରସ୍ବତୀଙ୍କ ବାର୍ଷିକ ପୂଜା ଉତ୍ସବ ସମ୍ପନ୍ନ ।

ଜେ ବି ଏନ, (ରିପୋର୍ଟ, ମଦନ ସାହୁ), ୧୬/୦୨/୨୦୨୧, ଅନୁଗୋଳ ::ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଜରପଡା ବସ ଷ୍ଟାଣ୍ଡ ନିକଟରେ ଥିବା ମଙ୍ଗଳବାର ପବିତ୍ର ମାଘ ମାସ ଶ୍ରୀପଞ୍ଚମୀ ତିଥି ଅବସରରେ ବିଦ୍ୟାଦାତ୍ରୀ ମା ସରସ୍ବତୀଙ୍କ ବାର୍ଷିକ ପୂଜା ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି । ବିଶେଷ କରି କୋଭିଡ କଟକଣା ଯୋଗୁଁ ଛାତ୍ର ଛାତ୍ରୀଙ୍କ ବିନା ଉପସ୍ଥିତିରେ ଏହି ଉତ୍ସବ ସମସ୍ତ ଶିକ୍ଷାନୁଷ୍ଠାନରେ କେବଳ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିତି କ୍ରମେ ଅନୁଷ୍ଠିତ ହୋଇଯାଇଛି । ଅନ୍ୟ ପକ୍ଷରେ ଜରପଡା ବସଷ୍ଟାଣ୍ଡ ସ୍ଥିତ ନାଇସେଟ କମ୍ପ୍ୟୁଟର ଟ୍ରେନିଂ ସେଣ୍ଟର୍ ପକ୍ଷରୁ ମା ସରସ୍ବତୀଙ୍କ ପୂଜା ଉତ୍ସବ ସମ୍ପନ୍ନ ହୋଇଯାଇଛି । ଏହି ଅବସରରେ କଳସ ଯାତ୍ରା, ହୋମଯଜ୍ଞ, ପୁଷ୍ପାଞ୍ଜଳି ପ୍ରଦାନ , ପ୍ରସାଦ ସେବନ ଆଦି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ତେବେ ମା ସରସ୍ବତୀଙ୍କ ମୃଣ୍ମୟୀ ପ୍ରତିମାକୁ ଯଥାବିଧି ପୂଜାର୍ଚ୍ଚନା କରାଯାଇଥିଲା । କମ୍ପ୍ୟୁଟର ଟ୍ରେନିଂ ସେଣ୍ଟର୍ ତତ୍ତ୍ୱାବଧାରକ ଜୟନ୍ତ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଉତ୍ସବରେ ଶିକ୍ଷୟିତ୍ରୀ ଦିପ୍ତିମୟୀ ପ୍ରଧାନଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଅଭିଭାବିକା ଉପସ୍ଥିତ ଥିଲେ,ଶିକ୍ଷୟତ୍ରୀ-ଦୀପ୍ତିମୟୀ ପ୍ରଧାନ,ଶିକ୍ଷକ-ମୂରଲୀଧର ପ୍ରଧାନ,
ଛାତ୍ର ଛାତ୍ରୀ,ବର୍ଷାରାଣୀ,ଶୁଭେନ୍ଦୁ, କIହ୍ନା, ଦୁଷ୍ମନ୍ତ, ଲେଲିନ, ପଲିନ, ଚିକୁନ,ମୋନାଲି, ମଧୁସ୍ମିତା, ସୁଚିସ୍ମିତା,ପ୍ରଶାନ୍ତ, ଦିପୁନ, ଜଗା,ସୁନିତା,ଶ୍ରୀକୃଷ୍ଣ, ଚନ୍ଦନ ଏହିଭଳି ଓ ପରିଶେଷରେ କମ୍ପ୍ୟୁଟରର ପ୍ରୋପାଇଟର ଜୟନ୍ତ ପ୍ରଧାନ ମା ସରସ୍ଵତୀ ଙ୍କ ପାଖରେ ସମସ୍ତ ଛାତ୍ର ଛାତ୍ରୀ ଙ୍କ ଦୀର୍ଘାୟୁ କାମନା କରିବା ସହ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ I


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-1-scaled.jpg)