ପ୍ରଥମ ବାର୍ଷିକ ଶ୍ରୀ ଚୈତନ୍ୟ ମହୋତ୍ସବ , ମହାସମାରୋହରେ ପାଳିତ


ଜେ ବି ଏନ, ୧୭/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ କାଶିଆଡିହି ଗ୍ରାମର ଖେଳପଡ଼ିଆ ଠାରେ , ଗତକାଲି ଶ୍ରୀ ଚୈତନ୍ୟ ନାମ ସଂକୀର୍ତ୍ତନ ପ୍ରବାର ସମିତି ତରଫରୁ ପ୍ରଥମ ବାର୍ଷିକ ଶ୍ରୀ ଚୈତନ୍ୟ ମହୋତ୍ସବ , ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ 12 ଟି ମହିଳା ସଂକୀର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରିଥିଲେ । ପୂର୍ବାହ୍ନ 10 ଘଟିକା ସମୟରେ କାଶିଆଡିହି ଗ୍ରାମର ଶତାଧକ ମହିଳା ଏକ ବର୍ଣ୍ଣାଜ୍ୟ ପରିବେଶରେ , କଳସ ଶୋଭଯାତ୍ରା କରିଥିଲେ । ଅପରାହ୍ନ 4 ଘଟିକା ସମୟରେ ସମସ୍ତ 12 ଟି ମହିଳା ସଙ୍ଗୀନ ଦଳର ଏକ ବିରାଟ ପଟୁଆର ରେ ଶ୍ରୀ ଚୈତନ୍ୟ ମହାପ୍ରଭୂ ନଗର ପରିକ୍ରମା କରିଥିଲେ । ଏହି ଅବସରରେ ଏକ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇ , ଅଂଶ ଗ୍ରହଣ କରିଥିବା ସମସ୍ତ ଦଳ ତଥା ସଂକୀର୍ତ୍ତନ ଗୁରୁ ମାନଙ୍କୁ ମାନପତ୍ର , ଉତ୍ତରୀୟ ଓ ସାର୍ଟିଫିକେଟ୍ ଦେଇ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ସଭାପତି ଶ୍ରୀ ମନୋଜ କୁମାର ସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥୀ ଭାବେ ଜିଲ୍ଲା କଳାସଂସ୍କୃତି ସଂଘର ଉପ ସଭାପତି ଶ୍ରୀ ଅବନୀ ମିଶ୍ର ଶ୍ରୀ ଚୈତନ୍ୟ କଥାମୃତରେ ସଂକୀର୍ତ୍ତନ ପ୍ରେମୀ ମାନଙ୍କୁ ବିମୋହିତ କରିଥିଲେ । ମୁଖ୍ୟବକ୍ତା ବିଶିଷ୍ଟ ସମାଜସେବୀ ଶ୍ରୀ ଜ୍ଞାନେନ୍ଦ୍ର ସାହୁ , ସମ୍ମାନିତ ଅତିଥୀ ଭାବେ ଏ ଅଞ୍ଚଳର ଜଣାଶୁଣା ସମାଜସେବୀ ଶ୍ରୀ କ୍ଷୀରୋଦ ପାତ୍ର ଏବଂ ଓଡାପଡା ବ୍ଲକର କଳାସଂସ୍କୃତି ବିଭାଗର ଉପ – ସଭାପତି ଶ୍ରୀ ଦୁର୍ଯ୍ୟୋଧନ ଜେନା ଯୋଗ ଦେଇଥିଲେ । ଶ୍ରୀ ପ୍ରକାଶ କୁମାର ପରିଡା ବାର୍ଷିକ ବିବରଣୀ ପାଠ କରିବା ସହିତ ଶ୍ରୀ ନୃସିଂହନାଥ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ସମାରୋହରେ ରାଧାକୃଷ୍ଣ ଫାଉଣ୍ଡେସନ ର ସର୍ବଶ୍ରୀ ନରେନ୍ଦ୍ର ରାଉତ , ଶ୍ରୀ ବିପିନ ବିହାରୀ ଜେନା , ଶ୍ରୀ ପ୍ରଭାସ ଜେନା , ଶ୍ରୀ କୈଳାସ ଚନ୍ଦ୍ର ରାଉତ , ଶ୍ରୀ ନରେନ୍ଦ୍ର ଦାସ , ଶ୍ରୀ ନୀର୍ମଳ ବେହେରା , ଶ୍ରୀ ମନୋଜ ପରିଜା , ଆଦିତ୍ୟ ପରିଡା , ମନୋଜ ପରିଡା , କ୍ଷୀତିଶ୍ ପ୍ରଧାନ , ସୁଶାନ୍ତ ଦାସ , ମଦନ ପ୍ରଧାନ ସକ୍ରୀୟ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମ୍ପାଦକ ଶ୍ରୀ ପ୍ରକାଶ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।




