ତଳମୂଳରେ ବିଏସ୍ଏନ୍ ଲ ଇନେଟ୍ ସେବା : ବର୍ଷକରେ ୧୦୦ ଦିନ ସର୍ଭର ଡାଉନ

ଜେ ବି ଏନ୍,୧୮/୦୨/୨୦୨୧,(ରିପୋର୍ଟ ସୁବ୍ରତ ସାମଲ)ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ମହୀଧରପୁର ନିକଟ ବର୍ତ୍ତମାନ ଓଡ଼ିଶାର ସବୁଠୁ ବୃହତମ ଗାଁ କୁହାଯାଉଥିବା ତଳମୂଳରେ ଯେଉଁ ବିଏସ୍ଏନ୍ଏଲ୍ କର୍ଯ୍ୟାଳୟ ରହିଛି ସେଠାରେ ବର୍ଷକ ମଧ୍ୟରେ ୧୦୦ ଦିନ ସର୍ଭର ଡାଉନ ରହୁଥିବା ଲୋକେ ଅଭିଯୋଗ କରିଛନ୍ତି । ଇନେଟ୍ ସେବା ଲୋକେ ଠିକ୍ ସେ ପାଇ ପାରୁନାହାଁନ୍ତି । ତଳମୂଳ ଡାକଘରକୁ ଗଲେ ସେବା ମାଗିଲେ ଉତ୍ତର ମିଳୁଛି ସର୍ଭର ଡାଉନ୍ କଅଣ କରାଯିବ । କାମ ହୋଇ ପାରିବ ନାହିଁ । ଟଙ୍କା ଉଠିପାରୁଛି ନାଁ ଟଙ୍କା ଜମା ହୋଇପାରୁଛି । ଗତ ବର୍ଷ ସେପ୍ଟେମ୍ବର ମାସରେ ଏପରି ସମସ୍ୟା ବି ମାସ ସାରା ଉପୁଜିଥିବା ବେଳେ ବିଏସ୍ଏନ୍ଏଲ୍ ଅଫିସ ରେ ମାସ ସାରା ତାଲା ଝୁଲିଥିଲା । ବର୍ତମାନବି ସେ ଅବସ୍ଥା ସୁଧୁରିବାର ନାଁ ଧରୁନି । ପ୍ରାୟ ସମୟ କାର୍ଯ୍ୟାଳୟ ରେ ତାଲା ଝୁଲୁଛି । ଏହାର ସିଧାସଳଖ ପଡିଛି ଡାକ ସେବା ଉପରେ । ଲୋକମାନେ ଡାକଘରେ ଡାକସେବା ପାଇ ପାରୁନାହାଁନ୍ତି । ପାଖାପାଖ୍ ୨୫୦୦ ଲୋକଙ୍କର ଜମା ଖାତା ତଳମୂଳ ଡାକଘରେ ଅଛି । ତେଣୁ ସମସ୍ତେ ହଇରାଣ ହେଉଛନ୍ତି । କିଏ ପାଠ ପଢୁଥିବା ପୁଅ ପାଖକୁ ଟଙ୍କା ପଠାଇପାରୁନି ତ କିଏ ଧାନ ବିକ୍ରି ପଇସା ନିଜେ ଖର୍ଚ୍ଚ ପାଇଁ ଡାକଘରୁ ଉଠାଇ ପାରୁନି । ନିଜ ଚାକିରିଆ ପୁଅ ପଠାଉଥିବା ଟଙ୍କା ବି ବୁଢ଼ା ବାପା ଉଠାଇ ପାରୁନି । ଏମିତି ସମସ୍ତେ ହଇରାଣ ହେଉଛନ୍ତି । ସେହିପରି ଏବେ ଛାତ୍ରଛାତ୍ରୀ ମାନଙ୍କର ଅନ୍ଲାଇନ୍ କ୍ଲାସ ଚାଲୁଛି । ଯେଉଁ ଛାତ୍ରଛାତ୍ରୀ ମାନେ ବିଏସ୍ଏନ୍ଏଲ୍ ନମ୍ବରରେ ନେଟ୍ ପ୍ୟାକ ପକାଇଛନ୍ତି ସେମାନେ ଠିକ୍ ଭାବେ ପାଠପଢ଼ି ପାରୁ ନଥିବା ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି ରାଜ୍ୟର ଏହି ସର୍ବ ବୃହତ ଗାଁ କୁହାଯାଉଥିବା ତଳମୂଳ ର ଜନସଂଖ୍ୟା ୧୫୦୦୦ ହଜାରରୁ ଉଦ୍ଧି ହେବ । ଲୋକମାନେ କହିଛନ୍ତି ଆମେମାନେ ଡାକ ଘରକୁ ଏକ ନିର୍ଭର ଯୋଗ୍ୟ ବ୍ୟାଙ୍କିଙ୍ଗ ସେବା ବୋଲି ମନେ କରୁ । ଏବେ ଡାକ ଘରକୁ ଆସି ଆମେ ହିନସ୍ଥା ହେଉଛୁ । କେତେକ ବୁଦ୍ଧିଜୀବି କହିଛନ୍ତି ଜାଣିଶୁଣି ବିଏସ୍ଏନ୍ଏଲ୍ ସେବାରେ ବ୍ୟାଘାତ ଘଟା ଯାଉଛି । ଘରୋଇ ଇନେଟ୍ ସେବା ପ୍ରଦାନ କରୁଥିବା କେତେକ ସଂସ୍ଥା ଏହିପରି ଷଡଯନ୍ତ୍ର କରୁଛନ୍ତି । ସେମାନେ ନିଜ ବେପାର କରିବା ପାଇଁ ଏହିପରି ଷଡଯନ୍ତ୍ର କରୁଛନ୍ତି । କାରଣ ବିଏସ୍ଏନ୍ଏଲ୍ ସେବା ଭଲଭାବେ ମିଳିଲେ ସେମାନଙ୍କ ବେପାର ହେବ ନାହିଁ । ଲୋକମାନେ ସେମାନଙ୍କ ସେବାକୁ ଆପଣେଇବବେ ନାହିଁ । ତେଣୁ ଏହିପରି ଉଦ୍ଦେଶ୍ୟ ଯୁବକ ଭାବେ ବିଏସ୍ଏନ୍ଏଲ୍ ସେବାରେ ବାଧା ସୃଷ୍ଟି କରାଯାଉଛି । ତେଣୁ ଏହି ସମସ୍ୟାର ସମାଧାନ ଡାକ ଓ ବିଏସ୍ଏନ୍ଏଲ୍ ବିଭାଗ କରିବା ଉଚିତ୍ ବୋଲି ଡାକଘରକୁ ଫେରୁଥିବା ଲୋକମାନେ କହିଛନ୍ତି । ସେହିପରି ବିଏସ୍ଏନ୍ଏଲ୍ ଅଫିସ୍ ର ଡି.ଜି.ଏମ୍ . ମ , ଏଡିଓ ଏବଂ ଜେଇଙ୍କ ପାଖକୁ ବାରମ୍ବାର ଫୋନ୍ କଲେ ବି କେହି ଫୋନ୍ ରିସିଭ କରୁନାହାଁନ୍ତି ବୋଲି ଅଞ୍ଚଳ ବାସି କହିଛନ୍ତି।



