କୋଶଳ ଆବାସିକବିଦ୍ୟାଳୟର ସପ୍ତମ ବାଷିକ ଉତ୍ସାବ ବଡ଼ ଧୁମ ଧାମରେ ପାଳିତ

ଜେ ବି ଏନ, ୧୮/୦୨ /୨୦୨୧, (ରିପୋର୍ଟ, ସୁଦାମ ଚରଣ ସାହୁ, ଜୋନାଲ ହେଡ ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ), ସମ୍ବଲପୁର/ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ କୋଶଳ ଆବାସିକବିଦ୍ୟାଳୟର ସପ୍ତମ ବାଷିକ ଉତ୍ସାବ ବଡ଼ ଧୁମ ଧାମରେ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବରେ। ପୂର୍ବତନ ସାଂସଦ, ତଥା ପୂର୍ବତନ ବିଧାୟକ ପଶ୍ଚିମ ଓଡିଶାର ଜଣାଶୁଣା ଟାଣୁଆ ନେତା ବାଳଗୋପ ମିଶ୍ର ଯୋଗ ଦେଇଥିବା ବେଳେ,ସଂମାନିତ ଅତିଥି ଭାବରେ,ଲକ୍ଷ୍ମଣ ମହେର, ଅଭିମନ୍ଯୁ କୁଶଳ, ଶ୍ରୀବଛ ମଲ୍ଲିକ, ପ୍ରଦୀପ ପୁରୋହିତ, ପ୍ରମୁଖ ଯୋଗ ଦେଇଥିଲେ।ଅନଷ୍ଟାର ପ୍ରଧାନ ଶିକ୍ଷକ ପରମାନନ୍ଦ ନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଭିନ୍ନ କ୍ଷେତ୍ରରେ କୃତି ଅର୍ଜନ କରିଥିବା କୁନି କୁନି ଶିଶୁ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଛାତ୍ର ଛାତ୍ରୀଙ୍କ ଦ୍ବାରା ଖୁବ୍ ସୁନ୍ଦର ସାଂକୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଅନୁଷ୍ଠାନର ସମ୍ପାଦକ ସଞ୍ଜୟ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




