ସଟସର୍କିଟ୍ ରୁ ଅଗ୍ନିକାଣ୍ଡ,୨ ବଖରା ଘର ଭସ୍ମୀଭୂତ

ଜେ ବି ଏନ୍,୧୮/୦୨/୨୦୨୧,ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଖମାର ରଙ୍ଗମାଟିଆର ଜଙ୍ଗଲମୌଜାରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ସମେତ ଟଙ୍କା ଓ ଘରର ସମସ୍ତ ଆସବାବପତ୍ର ନିଆଁରେ ପୋଡି ପାଉଁଶ ହୋଇଯାଇଛି || ଖବରରୁ ପ୍ରକାଶ ଯେ ଜଙ୍ଗଲମୌଜାର କୃଷ୍ଣଚନ୍ଦ୍ର ମାହାର,ସରୋଜ ମାହାରଙ୍କ ପରିବାର ଘରେ ଥିବା ବେଳେ ସଟସର୍କିଟ ହୋଇଥିଲା || ସଙ୍ଗେ ସଙ୍ଗେ ନିଆଁ ଅଧିକ ମାତ୍ରାରେ ବ୍ୟାପିଯାଇଥିଲା || ନିଆଁକୁ ଆୟତ କରିବାକୁ ଯାଇ ସରୋଜ ମାହାରଙ୍କ ଦେହରେ ନିଆଁ ଲାଗିଯାଇଥିଲା || ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଛେଣ୍ଡିପଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି || ଛେଣ୍ଡିପଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ||




