ସୋସିଆଲ ମିଡିଆରେ ଘୁରି ବୁଲୁଚି ଏକ ଦୁଃଖଦ କିଡ଼ନୀ ଫେଲର ଭିଡ଼ିଓ,

(ଜେ ବି ଏନ, ୨୦/୦୨ /୨୦୨୧, ବ୍ୟୁରୋ ରିପୋର୍ଟ୍) ଭୁବନେଶ୍ବର : ସୋସିଆଲ ମିଡିଆ ରେ ଏବଂ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଚି ଏକ ଦୁଃଖଦ ଭିଡ଼ିଓ ଯାହା ହଉଛି ଝାରଖଣ୍ଡ ରସିକ ପୁର୍ ଦୁମକା ନିବାସୀ ରଞ୍ଜିତ କୁମାର ସୋରେନଙ୍କ ର ଏକ ଭିଡ଼ିଓ ବାର୍ତ୍ତା l ଯେଉଁଥିରେ ସେ ତାଙ୍କ ଝିଅ ଆଦ୍ୟା ଶ୍ରୀ ର କିଡନୀ ଫେଲର ଚିକିତ୍ସା ପାଇଁ ପ୍ରାୟ 35 ଲକ୍ଷ୍ୟ ଟଙ୍କା ଦରକାର ଏବଂ ଦେଶବାସି ତଥା ପ୍ରଧାନ ମନ୍ତ୍ରୀ ଗୃହମନ୍ତ୍ରୀ ଓ ନିଜ ଝାରଖଣ୍ଡ ର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁ ଥିବା ଭିଡ଼ିଓ ରେ ଦେଖା ଯାଉଛି l ଯଦି ଏହା ସତ ତେବେ ସରକାରଙ୍କୁ ନିବେଦନ ତାଙ୍କୁ ସାହାଯ୍ୟ କରନ୍ତୁ l ତେବେ ଏହି ଭିଡ଼ିଓ ର ସତ୍ୟ! ସତ୍ୟ ମଧ୍ୟ ଯାଂଚ କରାଯାଉ ଓ ତାଙ୍କୁ ସରକାର ସାହାଯ୍ୟ କରିବା ଉଚିତ୍ l




