ଦରକାର ପଡ଼ିଲେ ଲକଡାଉନ୍ କରାଯିବ , ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖୁବାକୁ ବିମାନ ବନ୍ଦର କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ : ଖୋର୍ଦ୍ଧା ଜିଲ୍ଲାପାଳ

ଜେ ବି ଏନ, ୨୦/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ନାୟକ), ଭୁବନେଶ୍ବର : ଓଡ଼ିଶାରେ ହ୍ରାସ ପାଇଛି କରୋନା ସଂକ୍ରମଣ ସଂଖ୍ୟା । କିନ୍ତୁ ମହାରାଷ୍ଟ୍ରରେ କରୋନା ଭାଇରସ୍ ନୂଆ ଟ୍ରେନ୍ ଠାବ କରାଯାଇଛି । ସତର୍କ ନହେଲେ ଓଡ଼ିଶାରେ ବି ବଢ଼ିପାରେ । ତେଣୁ ଲୋକଙ୍କୁ ସଚେତନ ଓ ସତର୍କ କରିବାର ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତି କହିଛନ୍ତି , ଯେଉଁଠି ବଢ଼ିବ ସଂକ୍ରମଣ , ସେଠାରେ ଆବଶ୍ୟକ ପଡ଼ିଲେ ଲକଡାଉନ କରାଯିବ । କଣ୍ଟେନମେଣ୍ଟ ଯୋନ ଘୋଷଣାର ବି ନିର୍ଦ୍ଦେଶ ରହିଛି । ବିମାନ ବନ୍ଦର କର୍ତ୍ତୁପକ୍ଷଙ୍କୁ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖୁବାକୁ ଆମେ ନିର୍ଦ୍ଦେଶ ଦେଇଛୁ । ମହାରାଷ୍ଟ୍ର ସମେତ ସବୁ ରାଜ୍ୟ ଲୋକଙ୍କ ଉପରେ ନଜର ରହିଛି ବୋଲି ସେ କହିଛନ୍ତି । କରୋନା ପାଇଁ ରାଜଧାନୀ ବାସୀଙ୍କୁ ମଧ୍ୟ ଡିସିପି ଉମାଶଙ୍କର ଦାଶ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି , କରୋନା ସମ୍ପର୍କିତ ଗାଇଡଲାଇନ ପାଳନ କରନ୍ତୁ । ସାମାଜିକ ଦୂରତା ରଖନ୍ତୁ , ମାସ୍କ ବ୍ୟବହାର କରନ୍ତୁ । ଫାଇନ୍ କାଟିବା ପାଇଁ ପୋଲିସକୁ ବାଧ୍ୟ କରନ୍ତୁ ନାହିଁ ବୋଲି ସୂଚନା ଦେଇଛନ୍ତି ।
ସେହିପରି କରୋନା ନୂଆ ଷ୍ଟେନ୍ ନେଇ ଆଜି ଡିଏମ୍ଇଟି ସି.ବି.କେ ମହାନ୍ତିଙ୍କ ପ୍ରତିକ୍ରିୟା ରଖୁଥିଲେ । ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ , ଏବେ କମ୍ କେସ୍ ଆସୁଥିବାରୁ ଲକଡାଉନର ଆବଶ୍ୟକତା ନାହିଁ । କେସ୍ ବଢ଼ିଲେ ଲକଡାଉନ୍ କଥା ବିଚାର କରାଯିବ । ମହାରାଷ୍ଟ୍ର ଓ କେରଳରେ କିଛି ସ୍ଥାନରେ ଲକଡାଉନ ହୋଇଛି । ସେଇଠି ବିଟ୍ରେନ , ଆମେରିକା ପରି ସଂକ୍ରମଣ ବଢ଼ିନି । ଲୋକେ ସଚେତନ ହେଲେ ଲକଡାଉନ୍ ଏଡ଼େଇ ହେବ । ବିଭିନ୍ନ ଦେଶ ଓ ରାଜ୍ୟରେ ସଂକ୍ରମଣ ଭିନ୍ନ ଭିନ୍ନ । ସରକାର ସମସ୍ତ ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ”



