ପୌରପାଳିକା ତରଫରୁ ସ୍ବଚ୍ଛ ଚର୍ଚା ଦିବସ ଅନୁଷ୍ଠିତ

ଜେ ବି ଏନ୍ ୨୦.୦୨.୨୦୨୧(ରିପୋର୍ଟ ସୁବ୍ରତ ସାମଲ) ଢେଙ୍କାନାଳ :ଶନିବାର ଦିନ ପୌରପାଳିକା ତରଫରୁ ସ୍ବଚ୍ଛ ଚର୍ଚା ଦିବସ ଅନୁଷ୍ଠିତ ହୋଇଅଛି । ଗୃହ ଓ ନଗର ଉନ୍ନୟନ ବିଭାଗ ଓଡିଶା ତରଫରୁ ପ୍ରତ୍ୟେକ ମାସର ୨୦ ତାରିଖକୁ ସ୍ବଚ୍ଛ ଚର୍ଚ୍ଚା ଦିବସ ରୂପେ ପାଳନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଅଛି । ଏହି ନିର୍ଦ୍ଦେଶକ୍ରମେ ଢ଼େଙ୍କାନାଳ ପୌରପାଳିକା ତାର ସମସ୍ତ ପରିମଳ କର୍ମଚାରୀ ଏବଂ ପରିମଳରେ ଦାୟିତ୍ବ ନେଇଥିବା ସମସ୍ତ ମହିଳା ମିଶନ ଶକ୍ତି ଗ୍ରୁପ୍ ଏବଂ ଆଞ୍ଚଳିକ ମହାସଂଘ ମାନଙ୍କର ମହିଳା ମେମ୍ବର ମାନଙ୍କୁ ନେଇ ଏହି ସ୍ଵଚ୍ଛ ଚର୍ଜା ଦିବସ ପାଳନ କରିଛନ୍ତି । ଏହି ଦିବସରେ ସହରର ପରିମଳ ବ୍ୟବସ୍ଥା ଦାୟିତ୍ବରେ ଥିବା ସମସ୍ତ କାର୍ଯ୍ୟକୁ ସମୀକ୍ଷା କରାଯିବା ସହିତ , ଏହାକୁ କିପରି ସୁଦୃଢ଼ କରାଯିବ ତାହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସମସ୍ତ – Wealth Centre ଗୁଡିକ କିପରି ୧୦୦ ପ୍ରତିଶତ କାର୍ଯ୍ୟକ୍ଷମ ହୋଇପାରିବ ଏବଂ “ ମୋ ଖତ ” ର ବିକ୍ରି ମଧ୍ୟ ହୋଇପାରିବ ତାହା ଉପରେ ସଂପୂର୍ଣ୍ଣ ଧ୍ୟାନ ଦେବାକୁ ସମସ୍ତଙ୍କୁ ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ ପରାମର୍ଶ ଦେଇଥିଲେ । ଢ଼େଙ୍କାନାଳ ସହର ମଧ୍ୟରେ ଥିବା ସମସ୍ତ ଗୋଷ୍ଠୀ ଶୌଚାଳୟ ଓ ସର୍ବ ସାଧାରଣ ଶୌଚାଳୟ ଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ କାର୍ଯ୍ୟକୁ ମଧ୍ୟ ସମୀକ୍ଷା କରାଯାଇଥିଲା । ସମସ୍ତ ଶୌଚାଳୟରେ ସବୁପ୍ରକାର ସୁବିଧା ଏବଂ ଜନ ସାଧାରଣଙ୍କୁ ଆକୃଷ୍ଟ କଲାଭଳି ଭିତିଭୂମି ଗଢ଼ିବା ପାଇଁ ଉପସ୍ଥିତ ଯନ୍ତ୍ରୀ ମାନଙ୍କୁ ଦାୟିତ୍ବ ଦିଆଯାଇଅଛି । ଏହି ସବୁ କାର୍ଯ୍ୟକୁ ଏହି ମାସ ଶେଷ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ପୌର ନିର୍ବାହୀ ଅଧିକାରୀ ସମସ୍ତକୁ ପରାମର୍ଶ ଦେଇଥିଲେ । ୧୦୦ ପ୍ରତିଶତ ପୃଥକ ବର୍ଜ୍ୟ ସଂଗ୍ରହ ଏବଂ ତାହାର ପରିଚାଳନା , ମୋ ଖତର ଠିକ୍ ଭାବରେ ବିକ୍ରି , ବ୍ୟବହାରିକ ଦେୟ ଆଦି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ କ’ଣ କ’ଣପଦକ୍ଷେପ ନିଆଯିବ ତାହା ଉପରେ ବିସ୍ତୃତ ଆଲୋଚନା କରାଯାଇଅଛି । ଏଥି ସହିତ ସ୍ଵଚ୍ଛ ଚର୍ଜା ଦିବସରେ ସମସ୍ତ ପରିମଳ କର୍ମଚାରୀ ମାନଙ୍କୁ ନେଇ ” ବଡଖାନା ର ଆୟୋଜନ କରାଯାଇଥିଲା । Best ସ୍ଵଚ୍ଛସାଥୀ , Best ସ୍ଵଚ୍ଛ ସୁପରଭାଇଜର , ସ୍ଵଛକର୍ମୀ ( BOv Operator ) , Best ଟ୍ରଲି ଚାଳକ ଏବଂ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ( Wealth Centre ) ର ସୁପରିଚାଳନା ନିମନ୍ତେ ମହିଳା ମିଶନ ଶକ୍ତି ଗ୍ରୁପ୍ ଆଦିକୁ ସେମାନଙ୍କ କାର୍ଯ୍ୟକୁ ସମୀକ୍ଷା କରି , ସେମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଅଛି । ଏହାଦ୍ଵାରା ଅନ୍ୟମାନେ ଅନୁପ୍ରାଣିତ ହୋଇ ସେମାନଙ୍କ କାର୍ଯ୍ୟକୁ ସୁଚାରୁ ରୂପେ କରିପାରିବେ ବୋଲି ଶ୍ରୀ ଅତନୁ କୁମାର ସାମନ୍ତ ଜଣାଇଥିଲେ । ଏହି ସ୍ୱଚ୍ଛ ଚର୍ଚ୍ଚା ଦିବସ ଏବଂ ” ବଡଖାନା ” ରେ ଶ୍ରୀ ଅତନୁ କୁମାର ସାମନ୍ତଙ୍କ ସହିତ , UMC ର ପଦାଧିକାରୀ ଏବଂ ପୌରପାଳିକାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ



