କାର ବାଇକ୍ ମୁହାଁ ମୁହିଁ ଧକ୍କା ବାଇକ୍ ଚାଳକ ମୃତ,

ଜେ. ବି. ଏନ୍ (୨୦/୦୨/୨୦୨୧), ରିପୋର୍ଟ, ବିନୋଦ କୁମାର ନାୟକ, ବରଗଡ :ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ କଣ୍ଠିପାଲି ରାସ୍ତା ରେ ଆଜି ଶନିବାର ବାଇକ ଓ ମାରୁତି କାର ମୁହାଁମୁହିଁ ଧକ୍କା ହେବାରେ ଭୁକ୍ତା ଗ୍ରାମପଞ୍ଚାୟତ ପିଅନ ସୁଦର୍ଶନ ପାତିକାର (୪୫) ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ସୂଚନା ମୁତାବକ ଜଣାଯାଏ ଯେ ଅମ୍ବାଭୋନା ପଟରୁ ଦ୍ରୁତ ଗତି ରେ ଆସୁଥିବା ମାରୁତି କାର ନମ୍ବର ଓଆର ୧୭ଜେ ୫୪୨୪ ଭାରସାମ୍ୟ ହରାଇ ବିପରୀତ ପଟରୁ ଆସୁଥିବା ବାଇକ ନମ୍ବର ଓଡି ୧୭ କ୍ୟୁ ୮୩୫୮ ମୁହାଁମୁହିଁ ଧକ୍କା ଦେଇଥିଲା ଏବଂ ସେଠାରେ ବିଦ୍ଯୁତ ଖମ୍ଭ କୁ ଜୋର ଧକ୍କା ଦେଇ ରାସ୍ତା କଡ ରେ ଚାଷ ଜମି କୁ କାର ଟି ପଶି ଯାଇଛି । ବାଇକ ଆରୋହୀ ସୁଦର୍ଶନ ପାତିକାର ଭୁକ୍ତା ରୁ ନିଜ ବାମ ପଟରେ ଥିବା ବେଳେ କାର ଡ୍ରାଇଭର ପିଡବ୍ଳୁଡି ଜେଇ ଗଜେନ୍ଦ୍ର ବେହେରା ନିଜ ବାମ ପାଶ୍ବ ରହିଥିଲେ ହେଁ ଗାଡି ର ଦ୍ରୁତ ଗତି ହେତୁ ଭାରସାମ୍ୟ ହରାଇ ଡାହାଣ ପାର୍ଶ୍ବରେ ଥିବା ବାଇକ ଆରୋହୀ ଧକ୍କା ଦେଇଥିଲା ବୋଲି ପ୍ରତ୍ଯକ୍ଷଦର୍ଶୀ ମାନେ ପ୍ରକାଶ କରିଛନ୍ତି । ଏହି ମୁହାଁମୁହିଁ ଧକ୍କା ହେବାରେ ଉଭୟ କାର ଓ ବାଇକ ସଂପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି । ଭାଗ୍ଯବଶତଃ କାର ଡ୍ରାଇଭର ପିଡବ୍ଳୁଡି ଜେଇ ଗଜେନ୍ଦ୍ର ବେହେରା ଅଳ୍ପକେ ଭର୍ତ୍ତି ଯାଇଛନ୍ତି । ଦୁର୍ଘଟଣା ସଂପର୍କରେ ମୃତ ପରିବାର ପହଞ୍ଚିଥିଲେ ଏବଂ ଘଟଣାସ୍ଥଳରେ ଧକ୍କା ଦେଇ ଥିବା ରୁ କାର ଡ୍ରାଇଭର ପିଡବ୍ଳୁଡି ଜେଇ ଗଜେନ୍ଦ୍ର ବେହେରା କୁ ପରିବାର ଲୋକେ ହତାହତି ଓ ଧସ୍ତା ଧସ୍ତି ହୋଇ ଉତ୍ତେଜନା ଦେଖାଦେଇଥିଲା । ପିଡବ୍ଳୁଡି ଜେଇ ଗଜେନ୍ଦ୍ର ବେହେରା କୁ ଉତ୍ତମ ମଧ୍ୟମ ଦେଇ ଛାଡିଥିଲେ। ଅମ୍ବାଭୋନା ପୁଲିସ୍ ଘଟଣା ସଂପର୍କରେ ଖବର ପାଇ ପହଞ୍ଚିଥିଲେ କାର ଡ୍ରାଇଭର ପିଡବ୍ଳୁଡି ଜେଇ ଗଜେନ୍ଦ୍ର ବେହେରା କୁ କାବୁ କରି ପୁଲିସ ଗାଡି ଭିତରେ ରଖିଦେଇ ଜଗି ରହିଥିଲେ । ପୁଲିସ ଗାଡି ଭିତରେ କାର ଡ୍ରାଇଭର ବେହେରା ଅଛି ଜାଣି ମୃତ ପରିବାର ଓ ସ୍ଥାନୀୟ ଗ୍ରାମବାସୀ ପୁଲିସ୍ ଆଗ ରେ ଶୋଇଯାଇ ପୁଲିସ କୁ ଗାଡି ଦୀର୍ଘ ସମୟ ଧରି ଅଟକ ରଖିବା ସଂଗେ ରାସ୍ତା ରେ ଶବ କୁ ରଖି ରାସ୍ତା ସଂପୂର୍ଣ୍ଣ ଅବରୋଧ କରିଦେଇଥିଲେ । ସ୍ଥାନୀୟ ଜନପ୍ରତିନିଧି ଓ ପୁଲିସ ମୃତ ପରିବାର କୁ ବୁଝା ସୁଝା କରିବା ପରେ ଉତ୍ତୋଜନା ଶାନ୍ତ ପଡିଥିଲା । ଅମ୍ବାଭୋନା ଥାନା ରେ ଏକ ମାମଲା ରୁଜୁ ହୋଇ କାର ଓ ବାଇକ ଶବ କୁ ଜବତ କରି ପୋଷ୍ଟ ବଟମ ସକାଶେ ପଠାଇଥିଲେ ।





