
ଭିନ୍ନକ୍ଷମ ସରକାରୀ ଆବାସ ଯୋଜନାରୁ ବଞ୍ଚିତ
ସରକାରୀ ବାବୁଙ୍କ ନଜରରେ ଆସୁନାହାନ୍ତି ବ୍ଳକ ବାସୀ
(ଜେ ବି ଏନ /୨୪/୦୨/୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର ‘ଖ’ ପଞ୍ଚାୟତ କୁଶୁଣା ଗ୍ରାମ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଗ୍ରାମର ହୋଇ ପାରିନି କୌଣସି ଉର୍ଣ୍ଣତି। ସରକାର ଙ୍କର ଜନସାଧାରଣଙ୍କ ଉର୍ଣ୍ଣତି ଓ ପ୍ରଗତି ଉଦ୍ଦେଶ୍ୟରେ ଯୋଜନା ଏହି ଗାଁ ପାଇଁ ସାତ ସପନ ।ସରକାର ବିଭିନ୍ନ ଯୋଜନା ଠାରୁ ବହୁ ଦୂରରେ କୁସୁଣା ଗାଁ। ସମ୍ପୂର୍ଣ୍ଣ ଗ୍ରାମହରିଜନ ଆଦିବାସୀ ସମ୍ପ୍ରଦାୟ ଲୋକମାନେ ବସବାସ କରନ୍ତି।

ସମସ୍ତେ ସରକାର ଙ୍କର ଦାରିଦ୍ର ସୀମା ରେଖା ତଳେ ବସବାସ କରନ୍ତି ଓ ଦିନ ମଜୁରିଆ ଭାବେ କାର୍ଯ୍ୟ ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି। ଗ୍ରାମର ଏକାଧିକ ଘର ମାଟି ଓ ତାଳ ବରଡ଼ା ଛପର ଘର। ମାଟି ଘର ଓ ହରିଜନ ଆଦିବାସୀ ସମ୍ପ୍ରଦାୟର, ଦାରିଦ୍ର ସୀମା ରେଖା ତଳେ ବସବାସ କରୁଥିଲେ ମଧ୍ୟ ଗ୍ରାମର ଯୋଗ୍ୟ ହିତାଧିକାରୀ ସରକାରୀ ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି। ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ , ବ୍ଲକ କାର୍ଯ୍ୟାଳୟରେ ଆବେଦନ କରିଥିଲେ ମଧ୍ୟ ଘର ଖଣ୍ଡିଏ ପାଇ ପାରିନାହାଁନ୍ତି। କୁଶୁଣା ଗ୍ରାମର ଭିନ୍ନକ୍ଷମ ବୃଦ୍ଧ ଭୁବନ ନାଏକ (୮୫) ଦୀର୍ଘ ବର୍ଷ ହେଲା ଚାଳ ଛପର ଘରେ ବସବାସ କରୁଥିଲେ ମଧ୍ୟ ସରକାରୀ ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି। କେବଳ ଭତ୍ତା, ରାସନରେ ଜୀବନ ବଞ୍ଚୁଛି। ପରିବାର କହିଲେ ତାଙ୍କର ଛଅ ପ୍ରାଣୀ କୁଟୁମ୍ବ। ଏମିତି ଦୁଃଖ କଷ୍ଟରେ ଜୀବନ ଜୀଉଥିଲେ ମଧ୍ୟ ପ୍ରଶାସନ ନଜର ଆଢୁଆଳ ବାହାରେ ଭିନ୍ନକ୍ଷମ ଭୁବନ । ନିଜ ପାଇଁ ଅତି ଜରୁରୀ ଅବଶ୍ୟକ ପଡ଼ୁଥିବା ଆଶା ବାଡ଼ି ପାଇଁ ବହୁ ବାର ନିବେଦନ କରି ବିଫଳ ହେବା ପରେ ନିଜ ଭତ୍ତା ଟଙ୍କା ଖର୍ଚ୍ଚ କରି କାଠ କିଣି ମିସ୍ତ୍ରୀକୁ ଟଙ୍କା ଦେଇ ନିଜ ପାଇଁ ତିଆରି କରିଛନ୍ତି ଆଶା ବାଡ଼ି ଓ ବ୍ୟବହାର କରୁଛନ୍ତି। ଭିର୍ଣ୍ଣକ୍ଷମଙ୍କ ପାଇଁ ସରକାର ବହୁ ଯୋଜନା ପ୍ରସ୍ତୁତ କରିଥିବା ପ୍ରଚାର ପ୍ରସାର କରୁଛନ୍ତି କିନ୍ତୁ ଭୁବନଙ୍କ ବାସ୍ତବ ଜୀବନ କଥା ଦେଖିଲେ ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ସରକାର ଙ୍କର ଯୋଜନା କାହା ସ୍ୱାର୍ଥରେ। ସେଇପରି ଗରିବ ବିଧବା ମୁକ୍ତାରାଣୀ ନାଏକ ସ୍ୱାମୀ ଦୀର୍ଘ ଦିନ ହେଲା ଆରପାରିରେ। ରଥଯାତ୍ରା ସମୟରେ ବର୍ଷା, ପବନରେ ଘର ଭାଙ୍ଗି ଯାଇଥିଲେ ମଧ୍ୟ କୌଣସି ସରକାରୀ ସହାୟତା ମିଳି ପାରିନାହିଁ। ସେ ମଧ୍ୟ ଚାଳ ଛପର ଘରେ ବସବାସ କରୁଥିଲେ ମଧ୍ୟ ସରକାରୀ ଘର ପାଇବାରୁ ବଞ୍ଚିତ ଅଛନ୍ତି। ଏଠି ଖାଲି ସରକାରୀ ଯୋଜନା କାଗଜ କଲମରେ ଚାଲିଥିବା ବେଳେ ବାସ୍ତବ ଜୀବନ କାଟୁଛନ୍ତି ଜନସାଧାରଣ କିନ୍ତୁ ସମ୍ପୁର୍ଣ୍ଣ ଅଲଗା। ଦୁଇ ପୁଅ ଗୋଟିଏ ଝିଅକୁ ନେଇ ଦୁଃଖ କଷ୍ଟ ରେ ଜୀବନ ଅତିବାହିତ କରୁଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡ଼ିନାହିଁ। ସେଇପରି ଗରିବ ବୃଦ୍ଧା କୁନି ନାଏକ ଚାଳ ଛପର ଘର ଅଗଷ୍ଟ ମାସରୁ ଘର ଭାଙ୍ଗିଥିଲେ ମଧ୍ୟ ସରକାରୀ ଆବାସଟିଏ ମିଳି ପାରିନାହିଁ। ଏଠି ପ୍ରଶ୍ନ ଉଠେ ପ୍ରଶାସନିକ ଅଧିକାରୀ କାହା ନିର୍ଦ୍ଦେଶରେ କାର୍ଯ୍ୟ କରୁଛନ୍ତି ନା ଲୋକଙ୍କ ପ୍ରତି ଆନ୍ତରିକତା ନାହିଁ। ଗରିବ ମାନଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା କରୁଥିଲେ ମଧ୍ୟ ପ୍ରକୃତ ହିତାଧିକାରୀ ବଞ୍ଚିତ ରହୁଛନ୍ତି। ସେଇପରି ଗ୍ରାମର ପ୍ରଦୀପ ନାଏକ, ବିମଳ ନାଏକ, ମାନସ ନାଏକ, ରମେଶ ନାଏକ, ଭଗବାନ ନାଏକ, ଡମ୍ବରୁ ନାଏକ, ସଞ୍ଜୟ ନାଏକ, ସାଗର ନାଏକ, ରତନ ନାଏକ ସରକାରୀ ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି ବୋଲି କହିଛନ୍ତି ଓ ତାଙ୍କୁ କେବେ ମିଳିବ ସରକାରୀଆବାସ ଯୋଜନାରେ କୋଠା ଘର। ଗ୍ରାମର ସାହି ମଧ୍ୟରେ ମାଟି ରାସ୍ତା ଗ୍ରାମ ବସ୍ତି ଆରମ୍ଭରୁ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇପାରିନି । ନିର୍ବାଚନ ସମୟରେ ନେତା ଓ ସରପଞ୍ଚଙ୍କ ଠାରୁ ମିଳୁଛି କେବଳ ପ୍ରତିଶ୍ରୁତି ନିର୍ବାଚନ ପରେ ରାସ୍ତା ନିର୍ମାଣ ଦୂରର କଥା ଦେଖା ମିଳୁନି ବୋଲି କହିଛନ୍ତି ଗ୍ରାମବାସୀ ମାନେ।



