ପିଲାଚୋର ସନ୍ଦେହରେ ଯୁବକ ଅଟକ
ଜେ ବି ଏନ, ୨୪/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ବଅଁରପାଳ :ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ଛକଠାରେ ଆଜି ସନ୍ଧ୍ୟା୮ ଘଟିକା ସମୟରେ ଏକ ସନ୍ଦିଗ୍ଧ ଯୁବକକୁ ଗ୍ରାମବାସୀ ଧରି ପୋଲିସ ଜିମା ଦେଇଛନ୍ତି । ସନ୍ଧ୍ୟା ପ୍ରାୟ୮ ଘଟିକା ସମୟରେ ପଞ୍ଚାୟତ ଛକନିକଟରେ ଏକ ଯୁବକ ଲୋକଙ୍କୁ ଦେଖି ଲୁଚିପଡୁଥିବାର କିଛି ଲୋକଙ୍କ ନଜରକୁ ଆସିଥିଲା । ସେମାନେ ପରିଚୟ ମାଗିବାରୁ ବାରମ୍ବାର ଭିନ୍ନ ଭିନ୍ନ ଠିକଣା କହିବାରୁ ଲୋକମାନେ ପିଲାଚୋର ସନ୍ଦେହ କରି ଥିଲେ । ସ୍ଥାନୀୟ ସରପଞ୍ଚ ଅମରେଶ କୁମାର ରାଉତ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସନ୍ଦିଗ୍ଧ ଯୁବକକୁ ଲୋକଙ୍କ କବଳରୁ ଉଦ୍ଧାରକରି କଣ୍ଟାବଣିଆ ଥାନାକୁ ହସ୍ତାନ୍ତର କରିଥିଲେ । ଚାରିଆଡେ ପିଲାଚୋର ଗୁଜବ ହେଉଥିବାରୁ ସଙ୍ଗେସଙ୍ଗେ ଲୋକାରଣ୍ୟ ହୋଇଯାଇଥିଲା । ଲୋକମାନେ ଭୟଭୀତ ହୋଇପଡିଥିଲେ । ପୁଲିସ ଉକ୍ତ ଯୁବକକୁ ଅଟକ ରଖି ପଚରା ଉଚରା କରୁଛି ବୋଲି କହିଛନ୍ତି। ନିୟୁଜ ଲେଖା ଯିବା ପର୍ଯ୍ୟନ୍ତ ସନ୍ଦିଗ୍ଧ ଯୁବକଙ୍କ କୌଣସି ପରିଚୟ ମିଳିନଥିଲା।




