ନାବାଳିକା ଙ୍କର ଫୋଟୋ ଭାଇରାଲ କରି ଯୁବକ ଗିରଫ

ଜେ ବି ଏନ, ୨୪/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ବଅଁରପାଳ :ବଅଁରପାଳ ଥାନା ଫୁଲପଡା ପଞ୍ଚାୟତ ଅଞ୍ଚଳର ଶ୍ରୀକାନ୍ତ ନାହାକ(୨୧) ତାଙ୍କୁ ଆଜି ବଅଁରପାଳ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଥାନା ଅଧିକାରୀ ସୁନୀଲ କୁମାର କର କହିଛନ୍ତି। ପୁଲିସ ସୁତ୍ରରୁ ପ୍ରକାଶ ଯେ ଶ୍ରୀକାନ୍ତ ଉକ୍ତ ନାବାଳିକାଙ୍କ ସହିତ ପ୍ରେମ ସମ୍ପର୍କ ସ୍ଥାପନ କରି ଗତ ୨୦ ତାରିଖ ଦିନ ଧରି ନେଇ ପଳାଉଥିବା ବେଳେ ସାତମାଇଲ ଠାରେ ପରିବାର ଲୋକ ଉଭୟକୁ ଧରି ପାରିବାରିକ ବୁଝାମଣା କରି ଘଟଣାକୁ ସମାଧାନ କରିଥିଲେ। ଶ୍ରୀକାନ୍ତଙ୍କୁ ନାବାଳିକାଙ୍କ ଠାରୁ ଦୂରେଇଯିବାକୁ କହି ଅପୋଷ ବୁଝାମଣାରେ ଘଟଣାକୁ ରଫାଦଫା କରିଥିଲେ। କିନ୍ତୁ ନାବାଳିକାଙ୍କ ସହିତ ପ୍ରେମ ନିଶା ଶ୍ରୀକାନ୍ତ ଙ୍କର ଛାଡ଼ି ନଥିଲା ଗତ ୨୨ ତାରିଖ ଦିନ ଶ୍ରୀକାନ୍ତ ନାବାଳିକା ଙ୍କର ଫୋଟୋ ଭାଇରାଲ କରିଥିଲେ । ଏ ନେଇ ପରିବାର ଲୋକ ଜାଣିବା ପରେ ଗତକାଲି ଅପରାହ୍ନରେ ଶ୍ରୀକାନ୍ତ ଙ୍କ ବିରୋଧରେ ବଅଁରପାଳ ଥାନାରେ ଏତଲା ଦେଇଥିଲେ। ପୁଲିସ ଏନେଇ ଏକ ମାମଲା ରୁଜୁ କରି ଶ୍ରୀକାନ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।



