ଧରା ପଡିଲା ହାଡ଼ିଆର ହତ୍ୟାକାରୀ

ଜେ ବି ଏନ, ୨୪/୦୨ /୨୦୨୧, (ରିପୋର୍ଟ, ଦିଲ୍ଲୀପ କୁମାର ବେହେରା), କଟକ : ଆଜି କଟକ ଜିଲ୍ଲାର ବିଡାନାସି ଥାନା ଏବଂ ସ୍ପେଶାଲ ସ୍କ୍ୱାର୍ଡର ମିଳିତ ସହଯୋଗରେ ବହୁ ଚର୍ଚ୍ଚିତ ପ୍ରକାଶ ବେହେରା ( ହାଡ଼ିଆ ) ର ହତ୍ୟାକାରୀ ଧରା ପଡିଛି l ସେଇ ମୁଖ୍ୟ ଅଭିଯୁକ୍ତ ହେଉଛି ଶାନ୍ତନୁ ମଲ୍ଲିକ l ସୂଚନା ମୁତାବକ ସେ ହତ୍ୟା କରି ହାଇଦ୍ରାବାଦ ରେ ଲୁଚିଥିଲା ଏବଂ ସେଇ ଠାରୁ କଟକ ଆସିବା ବେଳେ ତାକୁ ପୁଲିସ ଗିରଫ କରିଛି l ତା ଠାରୁ ମାରଣାସ୍ତ୍ର ଭାବେ ଏକ ଲୌହ ପାଇପ ଆଉ ଧାରୁଆ ଖଣ୍ଡା ଜବତ କରିଛି ପୋଲିସ l




