ଆସନ୍ତାକାଲି ବ୍ୟବସାୟିକ ସଂଗଠନର ଭାରତ ବନ୍ଦ ଡାକରା

ଜେ ବି ଏନ, ୨୫/୦୨ /୨୦୨୧, ନୂଆଦିଲ୍ଲୀ : ଦେଶର ବ୍ୟବସାୟୀ ସଂଗଠନ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରା ଯୋଗୁଁ ଦେଶରେ ଚକା ଜାମ ସ୍ଥିତି ହେବ l ସୂଚନା ମୁତାବକ ଫେବୃୟାରୀ ୨୬ରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ଭାରତବନ୍ଦ ଡାକରା ଦିଆଯାଇଛି। ଜିଏସ୍ଟିରେ ହୋଇଥିବା କେତେକ ସଂଶୋଧନ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି l ଏହି ସମୟରେ ୮ କୋଟିରୁ ଅଧିକ ବ୍ୟବସାୟୀ ଏହି ବନ୍ଦରେ ସାମିଲ ହେବେ। ଏକ କୋଟିରୁ ଅଧିକ ପରିବହନକାରୀ ସଂସ୍ଥା ମଧ୍ୟ ବନ୍ଦରେ ଯୋଗଦେବେ ବୋଲି ସୂଚନା ମିଳିଛି । ଫଳରେ ଦେଶବ୍ୟାପୀ ପରିବହନ ବ୍ୟବସ୍ଥା ସହିତ ବିଭିନ୍ନ ଲଘୁ ଉଦ୍ୟୋଗ ତଥା ବ୍ୟବସାୟ ସହିତ ଜଡ଼ିତ ଥିବା ସମସ୍ତ ସଂଗଠନ ଶୁକ୍ରବାର ବନ୍ଦ ରହିବ ବୋଲି ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ପ୍ରମୁଖ ପ୍ରବୀଣ ଖଣ୍ଡେଲଓ୍ବାଲ ସୂଚନା ଦେଇଛନ୍ତି l



