ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟୀ ବୈଠକ ଅନୁଷ୍ଠିତ

ଜେ. ବି. ଏନ୍ (୨୫/୦୨ /୨୦୨୧) ଅନୁଗୋଳ : – ରାସ୍ତା ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମାଇବା ସହ ଆହତମାନଂକୁ ତୁରନ୍ତ ଚିକିସେବା ଯୋଗାଇ ଦେବା ଆଭିମୁଖ୍ୟ ନେଇ ଗଠିତ ଜିଲ୍ଲା ସଡକ ସୁରକ୍ଷା କମିଟୀର ବୈଠକ ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟର କୋର୍ଟ ରୁମରେ ଅନୁଷ୍ଠିତ ହୋଇଯାଇଛି । ଦୁର୍ଘଟଣା ପ୍ରବଣ ରାସ୍ତା ଗୁଡିକୁ ତୁରନ୍ତ ମରାମତି କରିବା ସହ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ପର୍ଯ୍ୟାପ୍ତ ସଂଖ୍ୟାରେ ରାସ୍ତା ସୁରକ୍ଷା ପ୍ରତୀକ ଲଗାଇବା ପାଇଁ ଅତିରିକ୍ତ ଜିଲ୍ଲାପାଳ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି । ଗତ ଜାନୁଆରୀ ମାସରେ ରାସ୍ତା ଦୁର୍ଘଟଣାରେ ଜିଲ୍ଲାର ୧୦ ବ୍ୟକ୍ତି ପ୍ରାଣ ହରାଇଥିଲା ବେଳେ ୨ ଜଣ ବ୍ୟକ୍ତି ଗୁରୁତର ଭାବରେ ଆହତ ହୋଇଥିବାର ସୂଚନା ପରିବହନ ବିଭାଗ ଦେଇଛି । ଉପରୋକ୍ତ ଦୁର୍ଘଟଣାସବୁର କାରଣ ଓ ନିରାକରଣ ସମ୍ପର୍କରେ ବୈଠକରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅକ୍ଷକ ଶ୍ରୀ ପ୍ରସନ୍ନ କୁମାର ବିଶ୍ୱାଳ , ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଶ୍ରୀ ସୁଧ୍ୟଶୁ କୁମାର ନାୟକ , ଅନୁଗୋଳ ଅଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଭାଭଞ୍ଜନ ସାମନ୍ତସିଂହାର , ତାଳଚେର ଅଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସମରେନ୍ଦ୍ର ପଟ୍ଟନାୟକ , ଟ୍ରକ୍ ମାଲିକ ସଂଘ ଓ ଜିଲ୍ଲା ଟ୍ରକ୍ ମାଲିକ ସଂଘର ସଭାପତି ଶ୍ରୀ ବିଭୁତି ପ୍ରସାଦ ଦାସ , ଅଧୁସ୍ବକୃତ ସାମ୍ବାଦିକ ଶ୍ରୀ ସଂଗ୍ରାମ ରଞ୍ଜନ ଦାସଙ୍କ ସମେତ ସମ୍ବଲପୁର ଓ ଢେଙ୍କାନାଳ ଜାତୀୟ ରାଜପଥ ପ୍ରାଧିକରଣ ପ୍ରତିନିଧି ଏବଂ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।



