ଜମି ହାରାଇ ଥିବା ଲୋକଙ୍କୁ ବିଧାୟକଙ୍କ ଥଇଥାନ ପ୍ରତିଶ୍ରୁତି

ଜେ.ବି.ଏନ୍, ୨୫/୦୨ /୨୦୨୧, (ରିପୋର୍ଟ ସୌମ୍ୟରଞ୍ଜନ ଶତପଥୀ) କଣିହାଁ ବ୍ଲକ : ଜମି ହାରାଇ ଥିବା ଲୋକଙ୍କୁ ବିଧାୟକ ସାହାଯ୍ୟ ସହ ପ୍ରତିଶ୍ରୁତି ଦେଲେ ଥଇଥାନ୍ ପାଇଁ।ତାଳଚେର ନିର୍ବାଚନ ମଣ୍ଡଳୀ କଣିହାଁ ଅଂଚଳର ଆମ୍ବପାଳ, ଦଣ୍ଡସିହଁ। ଓ ତେଲେସିହଁ।ର (M G R-2)ଜମି ହରାଇଥିବା ବିସ୍ଥାପିତ ପରିବାରଙ୍କ ବିଷୟରେ ମାନ୍ୟବର ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ଆଜି ଓଡ଼ିଶା ସରକାରଙ୍କ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି ଙ୍କୁ ଜଣାଇବା ସହ ଶୀଘ୍ର ସମାଧାନ କରିବା ପାଇଁ ଆଲୋଚନା କରିଥିଲେ।



