ସମ୍ମାନୀତ ହେଲେ ଅନୁଗୁଳର ପ୍ରତିଭା ଶ୍ରୀମତୀ ଝରଣା ବାରିକ୍

(ଜେ .ବି.ଏନ୍, ୨୬/୦୨ /୨୦୨୧, (ରିପୋର୍ଟ : ସୌମ୍ୟରଞ୍ଜନ ଶତପଥୀ) କଣିହାଁ : ସମ୍ମାନୀତ ହେଲେ ଅନୁଗୁଳର ପ୍ରତିଭା ଶ୍ରୀମତୀ ଝରଣା ବାରିକ୍। ଅନୁଗୁଳ ଜିଲ୍ଲାର ତାଳଚେର ଅନ୍ତର୍ଗତ ସମଲ ଗ୍ରାମର କବୟିତ୍ରୀ ତଥା ଗାଳ୍ପିକା ଝରଣା ବାରିକ କବି ପ୍ରତିଭା ରେ ସମ୍ମାନିତ ହୋଇ ଅନୁଗୁଳ ଜିଲ୍ଲା ପାଇଁ ଗର୍ବ ଆଣି ଦେଇଛନ୍ତି l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ କବି ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଶ୍ରୀମତୀ ଝରଣା ବାରିକ ଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଝରଣା ବାରିକ ଜଣେ ଆଶୁ କବି ତଥା ଜଣେ ବିଶିଷ୍ଟ ଗାଳ୍ପିକା ଭାବରେ ସମଗ୍ର ଓଡ଼ିଶାରେ ପରିଚିତ l ଓଡ଼ିଶାରେ ପ୍ରକାଶ ପାଉଥିବା ବିଭିନ୍ନ ଖବରକାଗଜ ତଥା ସାହିତ୍ୟ ପତ୍ର ପତ୍ରିକା ରେ ତାଙ୍କ ରଚିତ ବହୁ ଗଳ୍ପ ଓ କବିତା ଦୀର୍ଘ ବର୍ଷ ଧରି ପ୍ରକାଶିତ ହୋଇ ଆସୁଛି l ସେଥିପାଇଁ ସେ ବିଭିନ୍ନ ଅନୁଷ୍ଠାନ ରୁ ମଧ୍ୟ ପୂର୍ବରୁ ସମ୍ବର୍ଦ୍ଧନା ପାଇସାରିଛନ୍ତି l ସେ ଜଣେ ମିଷ୍ଟଭାଷୀ, ମେଳାପୀ ଓ ପରୋପକାରୀ ବ୍ୟକ୍ତିତ୍ୱ ଭାବରେ ସମଗ୍ର ତାଳଚେର ଅଞ୍ଚଳରେ ପ୍ରସିଦ୍ଧ ଲାଭ କରିଛନ୍ତି l



