ସାମୁହିକ ଫେଲେରିଆ ନିରାକରଣ ଔଷଧ ସେବନ କାର୍ଯ୍ୟକ୍ରମ

ଜେ. ବି. ଏନ୍ (୨୬/୦୨ /୨୦୨୧) ବଅଁରପାଳ :ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବଅଁରପାଳ ପ୍ରଙ୍ଗଣରେ ପ୍ରଥମେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଗୋଷ୍ଠୀ ଜନ୍ ସ୍ୱାସ୍ଥ୍ୟ ହିତାଧିକାରୀ ଶ୍ରୀ ସଙ୍କର୍ଷଣ ସାହାଣୀ ଔଷଧ ସେବନ କରିଥିଲେ। ଏହି କାର୍ଯ୍ୟକ୍ରମ ବଅଁରପାଳ ବ୍ଲକ ରେ ଥିବା ସମସ୍ତ ସରକାରୀ କର୍ମଚାରୀ ଓ ବେସରକାରୀ ଅଫିସ ତଥା ଗ୍ରା. ପ. ଅଫିସ ଏବଂ ବ୍ଲକ ର ସମସ୍ତ ଜନ ସାଧାରଣ ମାନଙ୍କୁ ଔଷଧ ସେବନ କରାଗଲା। ଏହି କାର୍ଯ୍ୟକ୍ରମରେ ୨ ଲକ୍ଷ ୨ ହଜାର ୩ ଶହ ୫୨ (୨, ୦୨, ୩୫୨) ଜଣ ଙ୍କୁ ତା. ୨୫/୦୨ /୨୦୨୧ ରିଖ ଠାରୁ ତା. ୦୬/୦୩/୨୦୨୧ ପର୍ଯ୍ୟନ୍ତ ଔଷଧ ସେବନ କାର୍ଯ୍ୟକ୍ରମ କରାଯିବ। ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମରେ ସମସ୍ତ ଏଡବ୍ଲ୍ୟୁଡବ୍ଲ୍ୟୁ/ଆଶା ମାନେ ଯୋଗ୍ୟ ହିତାଧିକାରୀ ଙ୍କୁ ଔଷଧ ସେବନ କରାଉଛନ୍ତି। ଏହି କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ ତଥା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିପିଏମ ଆରତୀ ସାହୁ, ପିଏଚଇଓ (PHEO) ପୁଷ୍ପଲତା ପ୍ରଧାନ, ବିଡିଏମ(BDM) ବିନୋଦ କୁମାର ଭୋଇ ବିଏଏମ (BAM) ରାଜେନ୍ଦ୍ର କୁମାର ମହାପାତ୍ର, ଡ. ମାନସ ରଞ୍ଜନ ବେହେରା, ଡ. ରଞ୍ଜୁଶ୍ରୀ ଧଳ, ମହିଳା /ପୁରୁଷ ସ୍ୱାସ୍ଥ୍ୟ ପରିଦର୍ଶକ, ମହିଳା ସ୍ୱାସ୍ଥ୍ୟ କାର୍ଯ୍ୟ, ସମୂହ କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।



