ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ୨୦୦୩ ମସିହା ମାଟ୍ରିକ୍ ବ୍ୟାଚ୍ ର ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର (୨୭. ୦୨.୨୦୨୧)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ୨୦୦୩ ମସିହା ମାଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀ ଙ୍କ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ନିକଟସ୍ଥ ଶାଳିଆଡ୍ୟାମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ପୁରୁଣା ସ୍ମୃତି କୁ ମନେ ପକାଇଥିଲେ । ଦୀର୍ଘଦିନ ପରେ ଏହି ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ । ଭୋଜି ଭାତ ସାଙ୍ଗକୁ ନାଚ ଗୀତ କରି ସମସ୍ତେ ଖୁସି ଅନୁଭବ କରିଥିଲେ । ପ୍ରତ୍ୟେକ ବର୍ଷ ଏହି ଭଳି ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି । ଏଥିରେ ସନ୍ତୋଷ କୁମାର ସାହୁ, ପ୍ରଶାନ୍ତ କୁମାର ପରିଡା , ଆରତ କୁମାର ବେହେରା, ଅଚ୍ୟୁତ କୁମାର ଭୂୟାଁ, ଅଶ୍ୱିନୀ କୁମାର ସ୍ଵାଇଁ, କୃଷ୍ଣ ଚନ୍ଦ୍ର ଭୂୟାଁ, ସନ୍ତୋଷ କୁମାର ରାଉତ ସଞ୍ଜୟ କୁମାର ସାହୁ,, ଦେବାଶିଷ ପଣ୍ଡା, ଜଗନ୍ନାଥ ସାହୁ, ସରିତା କୁମାରୀ ସାହୁ, ସ୍ମିତା ରାଣୀ ପୋଲାଇ, ରଶ୍ମିତା କୁମାରୀ ନନ୍ଦ, ସୁମିତ୍ରା ପ୍ରଧାନ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।



