ମା ବନଦେବୀ ଙ୍କ ନଗର ପରିକ୍ରମା

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର (୨୭.୦୨.୨୦୨୧) -: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ର ପ୍ରତେକ୍ଷ ଦେବୀ ମା ବନଦେବୀ ଙ୍କ ପ୍ରତି ବର୍ଷ ଭଳି ଆଜି ମଧ୍ଯ ମାଘପଞ୍ଚମୀ ରେ ପରିକ୍ରମା କରାଯାଇଛି । କୋଭିଡ୍ କଟକଣାକୁ ଆଖି ଆଗରେ ରଖି ୪୦ ରୁ ୫୦ ଲୋକଙ୍କ ସହ ଘଣ୍ଟ ମୃଦଙ୍ଗ ରେ ମା ଙ୍କୁ ସହରର ପ୍ରତ୍ୟେକ ସାହି ରେ ପାଛୋଟି ନେବା ସହ ପୂଜା ଅର୍ଚ୍ଚନା, ଭୋଗ ଲଗାଇଲେ ସହରବାସୀ । ଆଜିର ଏହି ନଗର ପରିକ୍ରମା କାର୍ଯ୍ୟକ୍ରମ ରେ ଏନଏସି ର ପୂର୍ବତନ ନଗରପାଳ ମନୋରଞ୍ଜନ ମହାପତ୍ର, ରୁଦ୍ର ପଣ୍ଡା, ରସଲ ଦାସ,ରାକେଶ ପ୍ରଧାନ, ପ୍ରକାଶ ସାହୁ,ସୁଦର୍ଶନ ପ୍ରଧାନ, ମନମୋହନ ଜେନା,ତୋଫାନ ଆଚାରୀ, ବସନ୍ତ ନାୟକ,ପ୍ରଶ୍ନ ନାୟକ, ଭି ଶ୍ରୀକାନ୍ତ ରାଓ, ନାରାୟଣ ସିଓ, ସୁଶାନ୍ତ ଖୁଣ୍ଟିଆ, କିସନ ସାହୁ ,ରାଜେନ୍ଦ୍ର ଖଟେଇ, ପ୍ରଭାତ ପାଣି ପ୍ରମୁଖ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।



