ମୁକେଶ ଭାଇ , ନୀତା ଭାଉଜ ଏହାତ କେବଳ ଟ୍ରେଲର … ଅମ୍ବାନିଙ୍କୁ ଧମକପୂର୍ଣ୍ଣ ଚିଠି

ଜେ ବି ଏନ, ୨୭/୦୨ /୨୦୨୧, ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ନୂଆଦିଲ୍ଲୀ : ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ମୁମ୍ବାଇ ବାସଭବନ ନିକଟରୁ ଗତକାଲି ସନ୍ଧ୍ୟାରେ ବିସ୍ମାରକ ( ଜିଲାଟିନ ) ଥିବା ଏକ କାର୍କୁ ଠାବ କରାଯାଇଥିଲା । କାର୍ମାଇକଲ ମାର୍ଗରେ ଥିବା ମୁକେଶଙ୍କ ବାସଭବନ ଆଣ୍ଟିଲିଆ ’ ନିକଟରୁ ଏହି କାର୍ ମିଳିଥିଲା । ତେବେ ଏହି କାର ଭିତରୁ ଆଜି ଏକ ଧମକପୂର୍ଣ୍ଣ ଚିଠି ମିଳିଛି । ଏହି ଚିଠିରେ ଲେଖା ଅଛି ଯେ , ଏହା କେବଳ ଏକ ଟ୍ରେଲର , ମୁକେଶ ଭାଇ , ନୀତା ଭାଉଜ ଏହା କେବଳ ଏକ ଝଲକ । ଉଲ୍ଲେଖଯୋଗ୍ୟ , ଗତ ଗୁରୁବାର ରାତ୍ରୀରେ ମୁକେଶ ଅମ୍ବାନୀଙ୍କ ବାସଭବନ ‘ ଆଶ୍ଚିଲିଆ ନିକଟରୁ ଏକ ସନ୍ଦିଗ୍ଧ ସ୍ବପିଓ ମିଳିଛି । ଏହି କାର ଭିତରୁ ୨୦ଟି ଜିଲେଟିନ ଛଡ ମିଳିଛି । ବର୍ତ୍ତମାନ ପୋଲିସ ଏହି ମାମଲାର ଯାଞ୍ଚ କରୁଛି । ମୁମ୍ବାଇ କ୍ରାଇମବ୍ରାଞ୍ଚ ସିସିଟିଭି ରେକର୍ଡ ଯାଞ୍ଚ କରୁଛି । ତେବେ ଏନେଇ ପୋଲିସ କହିଛି ଯେ , ଗାଡ଼ିରେ ଯେଉଁ ନମ୍ବର ପ୍ଲେଟ ଲାଗିଛି ତାହା ଅମ୍ବାନୀଙ୍କ ସୁରକ୍ଷାରେ ଥିବା ଏକ ଏସୟୁବି ନମ୍ବର ସହ ସମାନ । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ , ଯାଞ୍ଚ ହେଉଛି । ଖୁବଶୀଘ୍ର ସତ୍ୟାସତ୍ୟ ସାମ୍ନାକୁ ଆସିବ । ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ , ଯାଂଚ ସରିବା ପରେ କିଛି କହିହେବ ।



