ପୁରୀ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅବସରରେ ସମ୍ବାଦ ଓ ସମ୍ବାଦିକତା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ଜେ ବି ଏନ, ୨୮/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ , ପ୍ରଦୀପ କାଣ୍ଡି, ସୁଶାନ୍ତ କୁମାର ନାୟକ), ପୁରୀ : ଆଜି ପୁରୀ ଜିଲ୍ଲା ଅନ୍ତର୍ଗତ ପୁରୀ ଆୟୁର୍ବେଦିକ ମହାବିଦ୍ୟାଳୟ ପରିସରରେ ପୁରୀ ଜିଲ୍ଲା ପତ୍ରକାର ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସମ୍ବାଦ ଓ ସାମ୍ବାଦିକତା ଉପରେ ଏକ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଯୋଗଦେଇ ପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ, ରାଜାରାମ ସତପଥି, ଲେନିନ୍ ମହାନ୍ତି, ସୂଚନା କମିଶନର ଦିଲୀପ କୁମାର ବିଶୋଇ ଙ୍କ ସମେତ ପୁରୀ ଜିଲ୍ଲା ପତ୍ରକାର ସଂଘର ସଭାପତି, ସଂଗଠନ ସମ୍ପାଦକ ଓ ସାଧାରଣ ସମ୍ପାଦକ ଓ ଅନ୍ୟ ବରିଷ୍ଠ ସମ୍ବାଦିକ ମାନେ ଯୋଗ ଦେଇଥିଲେ l ପୁରୀ ଜିଲ୍ଲାରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ପ୍ରତିଭାବାନ ବ୍ୟକ୍ତିତ୍ୟ ଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ସମ୍ମାନ ଫଳକ ପ୍ରଦାନ କରାଯାଇ ସଂଘ ପକ୍ଷରୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା l ସୂଚନା କମିଶନର ନିଜ ବକ୍ତବ୍ୟରେ କହିଥିଲେ ଯେ ସମ୍ବାଦିକ ହୋଇ ପ୍ରଥମେ ନିଜେ ବଞ୍ଚି ରହିବା ସହ ସାମ୍ବାଦିକତା କୁ ବଞ୍ଚାଇ ରଖିବା l ସେହିପରି ବରିଷ୍ଠ ସାମ୍ବାଦିକ ମାନେ ଓ ବିଧାୟକ ସାମ୍ବାଦିକଙ୍କ ଉନ୍ନତି ବିଷୟରେ କେମିତି ହେବ ସେ ନେଇ ଆଲୋଚନା ହୋଇଥିବା ବେଳେ ଉତମ ଓ ବଳିଷ୍ଠ ସାମ୍ବାଦିକତା ତଥା କଞ୍ଜୁମର୍ ସାମ୍ବାଦିକତା କ୍ଷେତ୍ରରେ ଯତ୍ନବାନ୍ ହେବାକୁ ପରାମର୍ଶ ଦେଇଥିଲେ l ସମସ୍ତଙ୍କ ଅଭିଭାଷଣ ପରେ ପୁରୀ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମ ଶେଷ ହେବା ପରେ ସଭା ସାଙ୍ଗ କରାଯାଇଥିଲା l ଏଥିରେ ସାରା ରାଜ୍ୟରୁ ସମ୍ବାଦିକ ମାନେ ଯୋଗ ଦେଇଥିଲେ l ଏଥି ସହିତ ସାମ୍ବାଦିକ ମାନଙ୍କ ପାଇଁ ଏକ ମଧ୍ୟାହ୍ନ ଭୋଜନ ର ଆୟୋଜନ କରାଯାଇଥିଲା l ଶେଷରେ ପୁରୀ ପତ୍ରକାର ସଂଘ ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ମଧ୍ଯ ସମ୍ମାନିତ କରାଯାଇଥିଲା l




