ଅଗ୍ନିବିପନ୍ନ ପରିବାରକୁ ସହଯୋଗର ହାତ ବଢ଼ାଇଲେ ସମାଜସେବୀ ବିଭୁତି ସାହୁ


ଜେ ବି ଏନ, ରିପୋର୍ଟ, ଚୈତନ୍ୟ ସାହୁ, ୦୩.୦୩.୨୦୨୧, ଅନୁଗୋଳ : ବଅଁରପାଳ ବ୍ଲକ ଅନ୍ତର୍ଗତ ସାନ୍ତରାପୁର “ଖ” ପଞ୍ଚାୟତ ଇନ୍ଦିରାନଗର ସାହିର ତ୍ରିନାଥ ନାଏକଙ୍କ ଚାଳ ଛପର ଘରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ଚାରିପ୍ରାଣୀ କୁଟୁମ୍ବ ବଡ଼ ଦୟନୀୟ ଅବସ୍ଥାରେ ଖୋଲା ଆକାଶ ତଳେ ରହୁ ଥିବା ଖବର ପାଇ ସହଯୋଗର ହାତ ବଢ଼ାଇଛନ୍ତି ସମାଜସେବୀ ବିଭୁତି ସାହୁ । ତୁରନ୍ତ ଅଗ୍ନିବିପନ୍ନ ପରିବାରକୁ ଜରିପାଲ, ଶୁଖିଲା ଖାଦ୍ୟ, ବସ୍ତ୍ର କମ୍ବଳ ଓ ବାସନକୁସନ ବନ୍ଦୋବସ୍ତ କରାଇଥିଲେ।





