ଅମ୍ବାଭୋନା ଅଞ୍ଚଳରେ ବିଦ୍ଯୁତ ବିଭ୍ରାଟ ନେଇ ଜନଅସନ୍ତୋଷ : ଆନ୍ଦୋଳନ ର ଚେତାବନୀ

ଜେ. ବି. ଏନ୍, ରିପୋର୍ଟ, ବିନୋଦ କୁମାର ନାୟକ, ( ୦୩/୦୩/୨୦୨୧)
ଅମ୍ବାଭୋନା :ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ରେ ଘଣ୍ଟା ପରେ ଘଣ୍ଟା ବିଦ୍ଯୁତ ବିଭ୍ରାଟ ନେଇ ଲୋକେ ଦିନ ରାତି ଅତିଷ୍ଟ ହୋଇପଡିଛନ୍ତି ବୋଲି ଅଞ୍ଚଳ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ବିଦ୍ଯୁତ ବିଭ୍ରାଟ ନେଇ ଉତ୍ତମ ଗ୍ରାମ ର ମହାଦେବ ମନ୍ଦିର ପ୍ରାଙ୍ଗଣରେ ବିଦ୍ଯୁତ ଉପଭୋକ୍ତା ଓ ଚାଷୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସମାଜସେବୀ ତଥା ପୂର୍ବତନ ସରପଞ୍ଚ ହୀରାଧର ସାହୁ ଅଧ୍ୟକ୍ଷତାରେ ବିଦ୍ଯୁତ ବିଭ୍ରାଟ ନେଇ ବିମର୍ଶ ଆଳୋଚନା କରାଯାଇଥିଲା । ବିଦ୍ଯୁତ ବିଭ୍ରାଟ ସଂଗେ ଲୋ – ଭୋଲଟେଜ ସମସ୍ୟା ଦିନ କୁ ଦିନ ବଢିବାରେ ଲାଗିଛି । ଏହି ବିଦ୍ଯୁତ ବିଭ୍ରାଟ ନେଇ ବାରମ୍ବାର ସ୍ଥାନୀୟ କର୍ତ୍ତୃପକ୍ଷ କୁ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସମାଧାନ ହୋଇପାରୁନାହିଁ ବୋଲି ବୈଠକରେ ମତପ୍ରକାଶ କରିଥିଲେ । ଆଗ କୁ ପ୍ରଚଣ୍ଡ ଗରମ ହେବାର ସମ୍ଭାବନା ରହିଛି ଯଦି ବିଭାଗୀୟ ଅଧିକାରୀ କୌଣସି ସମାଧାନ ଗ୍ରହଣ ନକଲେ ଆନ୍ଦୋଳନ କରାଯିବାକୁ ଚେତାବନୀ ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଅମ୍ବାଭୋନା ବ୍ଳକ ର ଭୁକ୍ତା,କଣ୍ତପଲା,ଅମ୍ବାଭୋନା,ଡୁଙ୍ଗୁରୀ ଆଦି ଗ୍ରୀଡ ସ୍ଥାପନ ଓ ଭିତ୍ତିଭୂମିର ବିକାଶ ହେଲେ ମଧ୍ୟ ଲୋକ ବିଦ୍ଯୁତ ସେବା ଠିକ ଭାବେ ପାଇ ପାରୁନାହାନ୍ତି । ଯାହାକି ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ପରୀକ୍ଷା ରହିଛି ଏବଂ ରାତି ରେ ଯଦି ପଢିବାକୁ ଚାହିଁଲେ ମଧ୍ୟ ସେମାନେ ଅନ୍ଧାରରେ ପଢିପାରୁନାହାନ୍ତି ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି ।ତେବେ ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଅଞ୍ଚଳବାସୀ ଦାବି କରିଛନ୍ତି ।



