
ଅନୁଗୋଳ ଜିଲ୍ଲାରୁ୦୨ ଜଣ କରୋନା ପଜିଟିଭ ଚିହ୍ନଟ
ପଜିଟିଭ ସଂଖ୍ୟା ୧୨୩୬୦ରେ ପହଞ୍ଚିଲା- ସୁସ୍ତ ହେଲେ ୦୧ ଜଣ ଆକ୍ରାନ୍ତ ।
(ଜେ ବି ଏନ /ସୁଶୀଲ କୁମାର) ୦୩/୦୩/୨୦୨୧ ଅନୁଗୋଳ – ଆଜି ଅନୁଗୋଳ ଜିଲ୍ଲାରେ ୦୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ଆଜି (ନମୁନା ଦେଇଥିବା ବ୍ୟକ୍ତ ) କେହି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ୨୪୦ ରେ ରହିଛି । ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ଅନୁଗୋଳ ବ୍ଲକ ଅଞ୍ଚଳରୁ ୧ଜଣ ( ୧ଜଣ ମହିଳା ) ଓ ବଅଁରପାଳ ବ୍ଳକ ଅଞ୍ଚଳରୁ ୧ଜଣ ( ୧ଜଣ ପୁରୁଷ ) ଅଛନ୍ତି । ଆଜି ଛେଣ୍ଡିପଦା ବ୍ଳକ , କିଶୋରନଗର ବ୍ଲକ୍ , କଣିହାଁ ବ୍ଲକ , ତାଳଚେର ବ୍ଲକ , ଅନୁଗୋଳ ପୌରାଞ୍ଚଳ , ତାଳଚେର ପୌରାଞ୍ଚଳ , ଆଠମଲ୍ଲିକ ବ୍ଲକ , ପାଳଲହଡା ବ୍ଲକ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଭୃତି ୯ଟି ଅଞ୍ଚଳରେ କୌଣସି ପଜିଟିଭ ଚିହ୍ନଟ ହୋଇନାହାନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ ଆଇସୋଲେସନ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି ।ଅନୁଗୋଳ ଜିଲ୍ଲାରୁ ସୁସ୍ତ ହୋଇଥିବା ୦୧ ଜଣ ଯାକ ହୋମ ଆଇସୋଲେସନ ରେ ଥିବାର ଜଣାପଡିଛି ।



