ସ୍ବାସ୍ଥ୍ୟ ଆମ୍ବାସଡର ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜେ. ବି. ଏନ୍ (୦୬/୦୩ /୨୦୨୧), ବିନୋଦ କୁମାର ନାୟକ/ଶୁଭମ ପାଣି), ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ଗତ ଏକ ତାରିଖରୁ ଆରମ୍ଭ ହୋଇଥିବା ସ୍ବାସ୍ଥ୍ୟ ଆମ୍ବାସଡର ତାଲିମ୍ କାର୍ଯ୍ୟକ୍ରମ ଆଜି ଅପରାହ୍ନରେ ରେ ଉଦ୍ ଯାବିତ୍ ହୋଇ ଯାଇଅଛି। ଏହି ଉଦ୍ ଯାପନ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ର ପ୍ରଧାନ ଶିକ୍ଷକ ହରିହର ସାହୁ ଏହି ତାଲିମ୍ କାର୍ଯ୍ୟକ୍ରମ କୁ ପିଲା ମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମନ୍ଦାର ର ବିଜ୍ଞାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ଦାଶ, ଖଣ୍ଡବନ୍ଧ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟିତ୍ରୀ ପ୍ରତିଭା ପଣ୍ଡା, ବରଦା ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ନବ କିଶୋର ମହାନ୍ତି,ଓ ରାଧା କୃଷ୍ଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ର ରଞ୍ଜନ କୁମାର ରାଉତ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଉପଯୋଗୀ, ଓ ଏହାକୁ ଦୈନିକ ବିଦ୍ୟାଳୟ କ୍ଷେତ୍ରରେ କାର୍ଯ୍ୟ କାରି କରିବା ପାଇଁ ମତ ରଖିଥିଲେ।
ସମସ୍ତ ସାଧନ କର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଓ ଅତିଥି ଙ୍କୁ ସାଧନ କର୍ମୀ ସଞ୍ଜୟ କୁମାର ପରିଡ଼ା , ଧନ୍ୟବାଦ ଅର୍ପଣ କରିଥିଲେ ଓ ତାଲିମ କାର୍ଯ୍ୟ ଶେଷ ହୋଇ ଥିଲା।



