ରେଡ଼ିଓ ଚକେଲ ପକ୍ଷରୁ ଶ୍ରୋତା ସମିଳନୀ ଅନୁଷ୍ଠିତ

ଜେ ବି ଏନ, ୦୮/୦୩/୨୦୨୧, (ରିପୋର୍ଟ, ଜ୍ୟୋତି ରଞ୍ଜନ ପରିଡା), ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସାରଦା ମଣ୍ଡପ ଠାରେ ରେଡ଼ିଓ ଚକଲେଟ ପକ୍ଷରୁ ଶ୍ରୋତା ସମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସମିଳନୀ ରେ ମୁଖ୍ୟ ଅତିଥି ଭାବେ ରେଡ଼ିଓ. ଚକଲେଟ ର ମୁଖ୍ୟ ତନ୍ମୟ ପଟନାୟକ ! ପୋଗ୍ରାମ ମ୍ୟାନେଜର rj ସଂଗ୍ରାମ rj ଆଜ୍ୟା rj ଅନିଲ rj ଅଭି rj କୋମଲ rj ନିଭି rj ପୂଜା rj କୋଏଲ ଏବଂ ରେଡ଼ିଓ ଚକେଲେଟ ର ଅନ୍ୟାନ କର୍ମକର୍ତା ମାନେ ଉପସ୍ଥିତ ରହିଥିଲେ l ରେଡ଼ିଓ ଚକଲେଟ ର ସମସ୍ତ ପୋଗ୍ରାମ ଶ୍ରୋତା ମାନଙ୍କୁ କିପରି ଲାଗୁଛି ସେ ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା l ଏହି ସମିଳନୀ ରେ ଓଡିଶା ର ସମସ୍ତ ଜିଲ୍ଲା ରୁ 150 ଜଣ ଶ୍ରୋତା ଭାଇ ଭଉଣୀ ମାନେ ଯୋଗଦେଇଥିଲେ l ରେଡ଼ିଓ ଚକଲେଟ ର ସମସ୍ତ କାର୍ଯ୍ୟକ୍ରମ ଯେପରି ଲୋକାଦୃତ ହେବ ସେ ବିଷୟ ରେ ଆଲୋଚନା କରାଯାଇଥିଲା l ଏହି ସମିଳନୀ କୁ ରେଡ଼ିଓ ଚକଲେଟ ର ସମ୍ପାଦକ ଅରୁଣ କୁମାର ରଥ ସଭାପତି ବିଜୟଲଷ୍ମୀ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ !



