Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଢେଙ୍କାନାଳ ଅନୁଗୁଳ ଦୈନିକ ଯାତ୍ରା ସଂଘ ରେ ବୈଠକ

 

 

ଜେ. ବି. ଏନ୍, ରିପୋର୍ଟ, ବିନୋଦ କୁମାର ନାୟକ /ଶୁଭମ ପାଣି, (୧୪/୦୩ /୨୦୨୧)ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଦଧିବାମନ ମଠ, ଢେଙ୍କାନାଳ ଠାରେ DAPTA ରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦୈନିକ ରେଳ ଯାତ୍ରା ମାନେ ପ୍ରତିଦିନ ଭୋଗୁଥିବା ଉତ୍କଟ ଅସୁବିଧା ସମନ୍ଧରେ ଆଲୋଚନା ହୋଇଥିଲା। ଅନୁଗୁଳ ଠାରୁ ଭୁବନେଶ୍ବର ପର୍ଯ୍ୟନ୍ତ ସମସ୍ତ ଦୈନିକ ଟ୍ରେନ ସେବା କରୋନା ପାର୍ବଣ ବନ୍ଦ ଥିବାରୁ ଦୈନିକ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଦୁଇ ଚକିଆ ଯାନ ରେ ପ୍ରତେକ ଦିନ ତିନି ସହ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତି ପିଛା ଖର୍ଚ ବାଧ୍ୟ କରିବାକୁ ପଡୁଛି। ପୂର୍ବରୁ ଯାତ୍ରୀ ସଂଘ ପକ୍ଷରୁ ପୁର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ କାମାକ୍ଷା ପ୍ରସାଦ ସିଂ, ଦେଓ ସାଂସଦ ଶ୍ରୀ ମହେଶ ସାହୁ ପ୍ରମୁଖ ଙ୍କୁ ମଧ୍ଯ ଅବଗତ କରାଯାଇଥିଲା। ସେମାନେ ମଧ୍ଯ ପୂର୍ବତନ ରେଲବାଇ ର ମହା ପ୍ରବନ୍ଧକୁ ଏବିଷୟରେ ନିର୍ଦେଶ ଦେଇଥିବା ସତ୍ତ୍ଵେ କୌଣସି ସୁଫଳ ମିଳି ନାହିଁ। ସଂଘ ତରଫରୁ ପୂର୍ବତନ ରେଲବାଇ ର ସମସ୍ତ ଉଚ୍ଚ ପଦସ୍ଥ ଅଫିସର ଙ୍କୁ ଏହି ସମସ୍ୟା ବିଷୟରେ ବାରମ୍ବାର ଅବଗତ କରାଯାଇସାରିଛି କିନ୍ତୁ ଫଳ ଶୂନ୍ୟ। ଓଡିଶା ର ଅନ୍ୟନ୍ୟ ରାଜ୍ୟ ମାନଙ୍କ ତୁଳନାରେ କରୋନା ସଂକ୍ରମିତ ସ୍ତର କମ୍ ଅଛି। ଯେତେ ବେଳେ ବସ, ଟାକ୍ସି, ରେଲ, ବିମାନ୍ ସବୁ ଚାଲୁଅଛି।ଲକ୍ଷ ଲକ୍ଷ ଲୋକ ଙ୍କ ନେଇ ରାଜନୈତିକ ମିଟିଂ ହୋଇଯାଉଛି। ସାଧାରଣଙ୍କ ଲୋକଙ୍କୁ ପାଇଁ ଉଦିଷ୍ଟ ପାସେଞ୍ଜର ଟ୍ରେନ୍ ଗୁଡିକୁ କହିକି ବନ୍ଦ କରାଯାଉଛି। ବୁଝିବା କଷ୍ଟ ସାଧ୍ଯ। ସଂଘ ପକ୍ଷରୁ ଏହି ବିଷୟରେ ବିଗତ ଆଲୋଚନା ହୋଇଥିଲା। ସଭାପତି ଶ୍ରୀ ଲକ୍ଷ୍ମି ପ୍ରସାଦ ପଟ୍ଟନାୟକ ସଂସାଦ ଶ୍ରୀ ବଦ୍ରି ନାରାୟଣ ମିଶ୍ର, ଏବ୍ଂ ସମସ୍ତ କାର୍ଯ୍ୟକରି ସଦସ୍ୟ ଙ୍କ ଗହଣରେ ମିଟିଂ ହୋଇଥିଲା। ଏବଂ ପାସେଞ୍ଜର ଟ୍ରେନ୍ ଚଳାଚଳ ନିମନ୍ତେ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସମ୍ପାଦକ, କୋଷାଧକ୍ଷ, ଉପଦେଷ୍ଟା ଗଣ ଙ୍କ ସମେତ ତିରିଶ ଜଣ ସଦସ୍ୟ ସଭାରେ ଯୋଗଦେଇ ମତାମତ ଦେଇଥିଲେ।

You missed